ଦେଶରେ ଏତିକି ଲୋକ ନେଇ ସାରିଲେଣି କରୋନା ଟିକ

0 2,346

 

 

 

ଦେଶବ୍ୟାପୀ ଚାଲିଥିବା କରୋନା ପ୍ରତିଷେଧକ ଟିକାଦାନ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ଟିକା ନେବାପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଫେବ୍ରୁଆରୀ ୧୪ ତାରିଖ  ଟିକାଦାନର ୨୯ତମ ଦିନ । ଫେବ୍ରୁଆରୀ ୧୪ ତାରିଖ  ସକାଳ ୮ଟା ସୁଦ୍ଧା ଦେଶରେ ପ୍ରାୟ ୮୦ ଲକ୍ଷ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଥିବା ସୂଚନା ମିଳିଛି । ୧ ଲକ୍ଷ ୬୪ ହଜାର ୭୮୧ ସେସନରେ ମୋଟ ୭୯ ଲକ୍ଷ ୬୭ ହଜାର ୬୪୭ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି ।

 

ଅନ୍ୟପକ୍ଷରେ ୮ଟି ରାଜ୍ୟରେ ୪ ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି । ବିହାର, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୪ ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି ।

Leave A Reply