ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦- ଦେଶରେ ୨୦ କୋଟି ୨୬ ଲକ୍ଷ ୯୫ ହଜାର ୮୭୪ ଜଣ ହିତାଧିକାରୀଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି

0 1,154

ରାଜ୍ୟରେ ମୋଟ ଟିକାକରଣ ୭୨ ଲକ୍ଷ ୭୮ ହଜାର ୬୬୦କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ ୮୭ ପ୍ରତିଶତ ଦ୍ୱିତୀୟ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୫ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ୱିତୀୟ ଡୋଜ୍‍ ଟିକା ନେଇଥିବା ସୂଚନା ମିଳିଛି ।

 

ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲିସୁଦ୍ଧା ୯୪ ହଜାର ୫୭୬ ଜଣଙ୍କୁ ଟିକାକରଣ କରାଯାଇଛି । ସୂଚନା ଅନୁଯାୟୀ, ୫ ହଜାର ୭୪୩ ଜଣ ସମ୍ମୁଖଯୋଦ୍ଧା ଟିକା ନେଇଥିବା ବେଳେ ୯ ହଜାର ୨୮୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି । ସେହିପରି ୪୫ ରୁ ୫୯ ବର୍ଷ ବୟସ ମଧ୍ୟରେ ୩୨ ହଜାର ୪୬ ଜଣ ଓ ବରିଷ୍ଠ ନାଗରିକ ବର୍ଗରେ ସର୍ବାଧିକ ୪୭ ହଜାର ୪୬୧ ଜଣ ଟିକା ନେଇଛନ୍ତି । ଟିକା ଯୋଗାଣକୁ ଲକ୍ଷ୍ୟ ରଖି ଜିଲ୍ଲାରେ ଟିକାଦାନର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଲୀପ ପଣ୍ଡା କହିଛନ୍ତି । ଟିକାକରଣର ପୂର୍ବଦିନ ଜିଲ୍ଲାର କେଉଁକେଉଁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ତାହା ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ।

 

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ହଜାର ୭୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩ ହଜାର ୭୭୪ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨ ହଜାର ୯୬୨ ଜଣ  । ଏହାକୁ ମିଶାଇ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯କୁ ବୃଦ୍ଧି ପାଇଛି  । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୨୦, ଖୋର୍ଦ୍ଧାରୁ ୫୧୭, ବରଗଡ଼ରୁ  ୪୦୫, ଯାଜପୁରରୁ ୩୭୪, କଟକରୁ ୩୬୨, ସମ୍ବଲପୁରରୁ ୩୦୯ ଏବଂ ଷ୍ଟେଟ୍‍ ପୁଲ୍‍ରୁ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  । ଏଥିସହିତ କରୋନାଜନିତ ମୋଟ୍‍ ମୃତ୍ୟୁ ସଂଖ୍ୟା ୨ ହଜାର

୬୧୮କୁ ବୃଦ୍ଧି ପାଇଛି  ।ଗତକାଲି ୧୦ ହଜାର ୬୩୫ ଜଣ ଆରୋଗ୍ୟଲାଭ କରିବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୨୩ ହଜାର ୬୨୮ରେ ପହଞ୍ଚିଛି ।

 

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୧ ହଜାର ୨୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୩ ଲକ୍ଷ ୬୯ ହଜାର ୯୩ରେ ପହଞ୍ଚିଛି । ସେହିପରି ୩ ହଜାର ୮୪୭ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫ ହୋଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୩ ହଜାର ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୩୩ ହଜାର ୯୫୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୪ ଲକ୍ଷ ୧୯ ହଜାର ୯୦୭ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତକାଲି  ସନ୍ଧ୍ୟା ସୁଦ୍ଧା ୨୦ କୋଟି ୨୬ ଲକ୍ଷ ୯୫ ହଜାର ୮୭୪ ଜଣ ହିତାଧିକାରୀଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି ।

Leave A Reply