ଜେନିଭା: ୟୁଏନଏଡସ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ବିଗତ ୯ ବର୍ଷ ମଧ୍ୟରେ ୧୬ ପ୍ରତିଶତ ଏଚଆଇଭି ହ୍ରାସ ପାଇଛି । ଦକ୍ଷିଣ ଏବଂ ପୂର୍ବ ଆଫ୍ରିକାରେ ସ୍ଥିର ପ୍ରଗତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ ଦାବି କରାଯାଇଛି । ଏହା ବ୍ୟତୀତ ୨୦୧୮ରେ ଏଚଆଇଭି ଯୋଗୁଁ ୧୭ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ୟୁଏନଏଡସ ଗ୍ଲୋବାଲ ଏସଡ ଅପଡେଟରୁ ଜଣାପଡ଼ିଛି ଯେ, ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଗତିରେ ବିକାଶ ହୋଇଛି ଏବଂ ୨୦୧୦ ପରଠାରୁ ଏଡସ ଜନିତ ମୃତ୍ୟୁ ସଂଖ୍ୟା ୪୦ ପ୍ରତିଶତ ଏବଂ ଏଚଆଇଭିର ନୂତନ ସଂକ୍ରମଣକୁ ହ୍ରାସ କରିବାରେ ୪୦ ପ୍ରତିଶତ ସଫଳତା ହାସଲ କରିଛି ।
ରିପୋର୍ଟରେ କୁହାଯାଇଛି ଯେ, ଏଡସ ଜନିତ ମୃତ୍ୟୁ ହ୍ରାସ ପାଇଛି । କାରଣ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଏଚଆଇଭି/କ୍ଷୟର ସେବା ସଂଶୋଧନ ଦେଖାଯାଉଛି । ପୂର୍ବ ଓ ଦକ୍ଷିଣ ଆଫ୍ରିକାରେ ଏବେ ବି ଲମ୍ବା ରାସ୍ତା ନିର୍ଦ୍ଧାରଣ କରିବାର ସମୟ ଆସିଛି । କାରଣ ଏହି ଅଂଚଳରେ ସର୍ବାଧିକ ଏଡସ ପ୍ରଭାବିତ ଲୋକ ଅଛନ୍ତି । ଏହା ବ୍ୟତୀତ ଉଇରୋପ ଏବଂ ମଧ୍ୟ ଏସୀଆ (୨୯ ପ୍ରତିଶତ), ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା (୧୦ ପ୍ରତିଶତ) ଏବଂ ଲାଟିନ ଆମେରିକା (୭ପ୍ରତିଶତ)ରେ ନୂତନ ସଂକ୍ରମଣ ଯୋଗୁଁ ପରିସ୍ଥିତି ଚିନ୍ତାଜନକ ଦେଖାଯାଇଛି ।