ପୂର୍ବତଟ ରେଳବାଇ ପକ୍ଷରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ କେତେକ ଟ୍ରେନ ଚଳାଚଳ ବାତିଲ୍ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହି ଟ୍ରେନଗୁଡିକ ହେଉଛି ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ ଓ କଟକ-ଭଦ୍ରକ-କଟକ ସ୍ୱତନ୍ତ୍ର ଟ୍ରେନ ।
ଅପରପକ୍ଷରେ ପୁରୀ-ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳକୁ ଉଭୟ ଦିଗରୁ ସେହି ସମୟ ପର୍ଯ୍ୟନ୍ତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ କରାଯାଇଥିବାବେଳେ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ ।