ଆସନ୍ତାକାଲି ଶୁକ୍ରବାରରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

0 1,412

ଭୁବନେଶ୍ୱର . – ପୁଣି ରାଜ୍ୟ ସରକାର ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ନିଷ୍ପତ୍ତି ବଦଳାଇଛନ୍ତି । ଆସନ୍ତା କାଲି ୨୧ ତାରିଖ ଶୁକ୍ରବାରରେ ପୁଣି ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା , ମାତ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ୨୫ ତାରିଖ ଯାଏଁ ଖରାଛୁଟି ବୃଦ୍ଧି କରାଯାଇଥିଲା । ଫନିରେ ବି ଅନେକ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ପୁନରଉଦ୍ଧାର କାର୍ଯ୍ୟଚାଲିଥିଲା ।
ହେଲେ ପାଗ ପରିବର୍ତ୍ତନ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply