ସ୍ୱିଗିରେ ଭୁବନେଶ୍ୱରର ସବୁଠାରୁ ଲୋକପ୍ରିୟ ରେଷ୍ଟୁରାଂଟଗୁଡ଼ିକୁ ମିଳିଛି ମାନ୍ୟତା

54

ଭୁବନେଶ୍ୱର : ଭାରତର ଅଗ୍ରଣୀ ଅନ୍‌-ଡିମାଣ୍ଡ କନ୍‌ଭିନିଏନ୍ସ ପ୍ଲାଟ୍‌ଫର୍ମ ସ୍ୱିଗି ପକ୍ଷରୁ ଭୁବନେଶ୍ୱର ପାଇଁ ଏହାର ପ୍ରଥମ ସ୍ୱିଗି ରେଷ୍ଟୁରାଂଟ ଆୱାର୍ଡସ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୧୫ଟି ବର୍ଗରେ ସହରର ଉପଭୋକ୍ତାଙ୍କଠାରୁ ୫୧,୩୪୬ଟି ମତାମତ ଗ୍ରହଣ କରାଯାଇଛି । ଏହା ସ୍ପଷ୍ଟ ହୋଇଛି ଯେ, ଭୁବନେଶ୍ୱରର ଖାଦ୍ୟପ୍ରେମୀମାନେ ନିଜ ପସନ୍ଦର ସ୍ଥାନୀୟ ଭୋଜନାଳୟଗୁଡିକରୁ ସମସ୍ତ ପ୍ରକାରର ଖାଦ୍ୟକୁ ପସନ୍ଦ କରୁଛନ୍ତି । ନିଜର ଜୁସି ଟପିଙ୍ଗ୍ ପାଇଁ ପରିଚିତ ଡୋମିନୋସ୍ ପିଜ୍ଜା ଭୁବନେଶ୍ୱରରେ ପିଜ୍ଜା ପସନ୍ଦ କରୁଥିବା ଲୋକଙ୍କ ପାଇଁ ଶୀର୍ଷ ପ୍ରତିଯୋଗୀ ଭାବେ ଉଭା ହୋଇଥିବାବେଳେ, ବର୍ଗର କିଙ୍ଗ ଏବଂ ୱାଓ! ମୋମୋ ଲୋକଙ୍କ ହୃଦୟ ଜିତିଛି । ଗରମ ମସାଲା ଏହାର ଉତର ଭାରତୀୟ ଖାଦ୍ୟଗୁଡିକ ପାଇଁ ଏକ କେନ୍ଦ୍ରରେ ପରିଣତ ହୋଇଛି । ବିରିୟାନୀ ବକ୍ସ ନିଜର ଅରୋମାଟିକ ଓ ଅଥେଂଟିକ ବିରିୟାନୀ ସହିତ ଖାଦ୍ୟପ୍ରେମୀଙ୍କୁ ପ୍ରଭାବିତ କରିଥିବା ବେଳେ ନିଜର ମିଠା ଖାଇବାର ଇଚ୍ଛାକୁ ସନ୍ତୁଷ୍ଟ କରିବା ପାଇଁ ଖାଦ୍ୟପ୍ରେମୀମାନେ ମିଓ ଆମୋରେ, ଛପନ ଭୋଗ ଓ ବାସ୍କିନ ରବିନ୍‌ସକୁ ଚୟନ କରିଛନ୍ତି ।

ଶୀର୍ଷ ବର୍ଗଗୁଡିକ ମଧ୍ୟରେ ସାମିଲ ଥିବା ବିଜେତା ରେଷ୍ଟୁରାଂଟ୍‌ଗୁଡିକ ମଧ୍ୟରେ ମୋମୋ ବର୍ଗରେ ରହିଛନ୍ତି ୱାଓ!ମୋମୋ, ଦାର୍ଜିଲିଙ୍ଗ ମୋମୋସ୍ ହାଉସ୍‌, ମମିସ୍ ମୋମୋସ୍‌, ପିଜା ବର୍ଗରେ ଡୋମିନୋସ୍ ପିଜ୍ଜା, ପିଜ୍ଜା ହଟ୍ ଓ ଓଭନଷ୍ଟୋରୀ ପିଜ୍ଜା, ରୋଲ ବର୍ଗରେ ରୋଲ୍‌ସ ଅନ୍ ହ୍ୱିଲ୍‌ସ, ଗ୍ରୀନ୍‌ଚିଲ୍ଲୀଜ୍‌, କେବିଆର୍ ରୋଲ୍ ଆଣ୍ଡ ରୋଲ୍‌ସ, ନର୍ଥ ଇଣ୍ଡିଆନ ବର୍ଗରେ ଗରମ ମସାଲା, ଜୁଗାଡ ଜଙ୍କ୍‌ଶନ ଓ ହୋଟେଲ ପ୍ରିୟା । ସେହିଭଳି କେକ୍ ଓ ଡେଜର୍ଟ ବର୍ଗରେ ରହିଛନ୍ତି ମିଓ ଆମୋରେ, ଓବରୟ ବେକର୍ସ ଆଣ୍ଡ କ୍ୟାଫେ, ସେଭେନ୍‌ଥ ହେଭେନ, ଇଣ୍ଡିଆନ ସ୍ୱିଟ୍‌ସ ବର୍ଗରେ ଛପନ ଭୋଗ, ମହାରାଜା ଗାଙ୍ଗୁରାମ, ବେଙ୍ଗଲ ସ୍ୱିଟ୍‌ସ ଏବଂ ଆଇସ୍‌-କ୍ରିମ ବର୍ଗରେ ବାସ୍କିନ ରବିନ୍‌ସ- ଆଇସ କ୍ରିମ ଡେଜର୍ଟସ, କ୍ୱାଲିଟି ୱାଲ୍‌ସ, ଫ୍ରୋଜେନ ଡେଜର୍ଟ ଆଣ୍ଡ ଆଇସ୍ କ୍ରିମ ସପ୍‌, କେଭେଂଟର୍ସ ଆଇସ୍ କ୍ରିମ ଆଦି ରହିଛନ୍ତି ।

ଭୁବନେଶ୍ୱରରେ ଗରମ ମସାଲାର ମାଲିକ ଓ ସ୍ୱିଗି ରେଷ୍ଟୁରାଂଟ ପାର୍ଟନର ଦେବଜାନି ସାହୁ କହିଛନ୍ତି, “ଏହି ପ୍ଲାଟ୍‌ଫର୍ମ ସୃଷ୍ଟି କରିଥିବାରୁ ମୁୁଁ ସ୍ୱିଗି ନିକଟରେ ମୋର କୃତଜ୍ଞତା ଜଣାଉଛି, ଯେଉଁଠାରେ ଲୋକମାନେ ନିଜ ପସନ୍ଦର ଆଉଟଲେଟ୍ ପାଇଁ ଭୋଟ୍ ଦେଇପାରିବେ । ଏହା ଟିମ୍ ସ୍ୱିଗିର ଏକ ସ୍ୱତନ୍ତ୍ର ଅଭିଯାନ । ନର୍ଥ ଇଣ୍ଡିଆନ ବର୍ଗରେ ସର୍ବୋତମ ରେଷ୍ଟୁରାଂଟ ଭାବେ ଗରମ ମସାଲା ପାଇଁ ଭୋଟ ଦେଇଥିବା ଏବଂ ଆମକୁ ପ୍ରଥମ ସ୍ଥାନ ହାସଲ କରିବାରେ ସାହାଯ୍ୟ କରିଥିବା ମୋର ଗ୍ରାହକମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ମୁଁ ମଧ୍ୟ ସବୁବେଳେ ସ୍ୱଚ୍ଛତାର ସହିତ ସ୍ୱାଦିଷ୍ଟ ଖାଦ୍ୟ ପରଷିବା ପାଇଁ ଚେଷ୍ଟା କରୁଥିବା ମୋର ଟିମ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଏହି ଆୱାର୍ଡ ଜିତି ଓ ପ୍ରଥମ ସ୍ଥାନ ହାସଲ କରି ଅତ୍ୟନ୍ତ ଉତ୍ସାହିତ ଅଛି ।”

Comments are closed, but trackbacks and pingbacks are open.