ସ୍ୱର୍ଗଦ୍ୱାର ସହ ମିଶିଲା ଜମି

0 860

ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନକୁ ଲାଗି ରହିଥିବା ଗୋଟିଏ ପୂରୁଣା ଘର ସମେତ ୮ଟି ଦୋକାନ ଘରକୁ ଗତକାଲି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ମିଳିଥିବା ୧୫୪ ଡେସିମିଲ ଜମିକୁ ଶ୍ମଶାନ ସହିତ ମିଶାଇ ଦିଆଯାଇଛି।

ଉଚ୍ଛେଦ ହୋଇଥିବା କୋଠା ଓ ଦୋକାନ ଘର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି । ୨ ଜଣ ମାଜିଷ୍ଟ୍ରେଟ୍‍ ଓ ପୋଲିସ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଥିଲା । ପ୍ରସ୍ତାବିତ ସ୍ୱର୍ଗଦ୍ୱାର ଶ୍ମଶାନ ବିକାଶ ଯୋଜନାରେ ଏହି ଜମିକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply