ଗୋଲ୍ଡ ଇଟିଏଫରେ ବୃଦ୍ଧି ଯୋଗୁଁ ପ୍ରଥମ ତ୍ରୈମାସିକରେ ସୁନା ଚାହିଦା ବଢ଼ିଛି
ଭୁବନେଶ୍ୱର : ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୫ ପ୍ରଥମ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟରୁ ଜଣାପଡ଼ିଛି ଯେ, ଅତ୍ୟଧିକ ଉଚ୍ଚ ମୂଲ୍ୟରେ ମୋଟ ତ୍ରୈମାସିକ ସୁନା ଚାହିଦା (ଓଟିସି ସମେତ) ୧୨୬୦ ଟନ୍ ରହିଥିଲା ଯାହା ବାର୍ଷିକ ଆଧାରରେ ୧% ବୃଦ୍ଧି ହୋଇଛି, ଯେତେବେଳେ ସୁନା ମୂଲ୍ୟ ଆଉନ୍ସ ପିଛା ୩୦୦୦ ଡଲାର ଅତିକ୍ରମ କରିଛି । ଗୋଲ୍ଡ ଇଟିଏଫର ପୁନରୁଦ୍ଧାର ମୋଟ ନିବେଶ ଚାହିଦାକୁ ଦ୍ୱିଗୁଣିତ କରି ୫୫୨ ଟନରେ ପହଂଚାଇଛି ଯାହା ବାର୍ଷିକ ଆଧାରରେ ୧୭୦% ବୃଦ୍ଧି ହୋଇଛି ଏବଂ ଏହା ୨୦୨୨ର ପ୍ରଥମ ତ୍ରୈମାସିକ ପରଠାରୁ ସର୍ବାଧିକ ଅଟେ । ବିଶ୍ୱବ୍ୟାପୀ ଇଟିଏଫରେ ନିବେଶ ବୃଦ୍ଧି ପାଇବା ଫଳରେ ପ୍ରଥମ ତ୍ରୈମାସିକରେ ସୁନା ଚାହିଦା ମୋଟ ୨୨୬ ଟନ ରହିଛି କାରଣ ମୂଲ୍ୟ ବେଗ ଏବଂ ଟାରିଫ ନୀତି ଅନିଶ୍ଚିତତା ନିବେଶକଙ୍କୁ ଏକ ସୁରକ୍ଷିତ ନିବେଶ ଭାବେ ସୁନା ଆଡକୁ ଆକର୍ଷିତ କରିଥିଲା । ଚୀନ୍ରେ ଖୁଚୁରା ନିବେଶରେ ବୃଦ୍ଧି ଯୋଗୁଁ ଗୋଲ୍ଡ ବାର ଓ କଏନ ଚାହିଦା ବାର୍ଷିକ ଆଧାରରେ ୩% ବୃଦ୍ଧି ହୋଇ ୧ମ ତ୍ରୈମାସିକ ସମୟରେ ୩୨୫ ଟନକୁ ବୃଦ୍ଧି ପାଇଛି, ଯାହାକି ଏହାର ୨ୟ ସର୍ବୋଚ୍ଚ ତ୍ରୈମାସିକ ବୃଦ୍ଧି ହାସଲ କରିଥିଲା । ଆମେରିକାରେ ଚାହିଦା ବାର୍ଷିକ ଆଧାରରେ ୨୨% ହ୍ରାସ ପାଇଥିବା ବେଳେ ୟୁରୋପରେ ଏହା ୧୨ ଟନର ଏକ ସାଧାରଣ ରିକଭରି ହାସଲ କରିଛି, କିନ୍ତୁ ଗତ ବର୍ଷର ସମାନ ତ୍ରୈମାସିକରେ ଏକ ଖୁବ୍ ନିମ୍ନ ସ୍ତରରେ ଥିଲା । କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବର୍ତମାନ ସେମାନଙ୍କର ଶୁଦ୍ଧ କ୍ରୟର କ୍ରମାଗତ ୧୬ତମ ବର୍ଷରେ ପ୍ରବେଶ କରିଛନ୍ତି, ଯାହା ଆନ୍ତର୍ଜାତୀୟ ଅନିଶ୍ଚିତତା ମଧ୍ୟରେ ୧ମ ତ୍ରୈମାସିକରେ ସୁନା ଭଣ୍ଡାରରେ ୨୪୪ ଟନ ବୃଦ୍ଧି କରିଛି ।
ଏସମ୍ପର୍କରେ ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ ଷ୍ଟ୍ରିଟ କହିଛନ୍ତି, “ବିଶ୍ୱ ବଜାରଗୁଡିକ ପାଇଁ ଏହା ଏକ ଜଟିଳ ଆରମ୍ଭ ଥିଲା, କାରଣ ବାଣିଜ୍ୟ ଅସ୍ଥିରତା, ଆମେରିକାର ଅପ୍ରତ୍ୟାଶିତ ନୀତି ଘୋଷଣା, ସ୍ଥାୟୀ ଭୂରାଜନୈତିକ ଉତେଜନା ଏବଂ ମାନ୍ଦାବସ୍ଥା ଫେରିବାର ଭୟ ନିବେଶକଙ୍କ ପାଇଁ ଏକ ଅତ୍ୟଧ୍ଚଳ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ସୁନା ପାଇଁ ନିବେଶ ଚାହିଦା ୨୦୧୯ ପରଠାରୁ ପ୍ରଥମ ତ୍ରୈମାସିକ ଚାହିଦାର ସର୍ବୋଚ୍ଚ ସ୍ତର ପାଇଁ ବାଟ ଫିଟାଇଛି । ଗତ ୧୦ ମାସରେ ନିବେଶକମାନେ ଗୋଲ୍ଡ ଇଟିଏଫରେ ନିବେଶ ପାଇଁ ଫେରିଛନ୍ତି, ଯାହା ଗତବର୍ଷ ୩ୟ ତ୍ରୈମାସିକ ପଠାରୁ ଏବଂ ଚଳିତ ଏପ୍ରିଲରେ ସେଗୁଡିକର ଆବଂଟନକୁ ବୃଦ୍ଧି କରିଛି । ତେବେ ଗୋଲ୍ଡ ଇଟିଏଫ ହୋଲ୍ଡିଙ୍ଗ ଏହାର ୨୦୨୦ର ସର୍ବୋଚ୍ଚ ସ୍ତରଠାରୁ ୧୦% ନିମ୍ନରେ ଥିବାରୁ ଏବେ ବି ଅଭିବୃଦ୍ଧିର ସମ୍ଭାବନା ରହିଛି ।
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ ଇଣ୍ଡିଆର ରିଜିଓନାଲ ସିଇଓ ସଚିନ ଜୈନ କହିଛନ୍ତି, “୨୦୨୫ର ପ୍ରଥମ ତ୍ରୈମାସିକରେ ଭାରତର ସୁନା ଚାହିଦା ୧୫% ହ୍ରାସ ହୋଇ ୧୧୮.୧ ଟନ ରହିଛି ଯାହା ଗତବର୍ଷ ସମାନ ଅବଧିରେ ୧୩୯ ଟନ ଥିଲା । ତେବେ ଏହି ହ୍ରାସ ଚାହିଦାର ମୋଟ ମୂଲ୍ୟରେ ୨୨% ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛି, ଯାହା ଜାନୁଆରୀ ୨୦୨୫ଠାରୁ ୨୫% ବୃଦ୍ଧି ପାଇଥିବା ଆନ୍ତର୍ଜାତୀୟ ସୁନା ମୂଲ୍ୟରେ ଭାରି ବୃଦ୍ଧି ଦ୍ୱାରା ପରିଚାଳିତ ହୋଇଥିଲା । ସୁନା ମୂଲ୍ୟରେ ଏହି ଐତିହାସିକ ବୃଦ୍ଧି ଭାରତରେ ସୁନା ଦରକୁ ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କାର ରେକର୍ଡ ଉଚ୍ଚ ସ୍ତରରେ ପହଂଚାଇଛି ଏବଂ ଏହା ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ଏକ ସୁରକ୍ଷିତ ସମ୍ପତି ଭାବେ ଏହି ଧାତୁର ଚାହିଦାକୁ ଆହୁରି ମଜବୁତ କରିଛି ।
ନିବେଶ ଚାହିଦା ସ୍ଥିର ରହିଛି, ଯାହା ବାର୍ଷିକ ଆଧାରରେ ୭% ବୃଦ୍ଧି ହୋଇ ୪୬.୭ ଟନ ରହିଛି ଯାହାକି ଗୋଲ୍ଡ ଇଟିଏଫ, ଡିଜିଟାଲ ଗୋଲ୍ଡ, କଏନ ଓ ବାର୍ଗୁଡିକରେ ବଢୁଥିବା ନିବେଶ ଦ୍ୱାରା ପରିଚାଳିତ ହେଉଛି । ସୁନା ଅଳଙ୍କାର ଚାହିଦା ୨୫% ହ୍ରାସ ପାଇ ୭୧.୪ ଟନ ରହିଛି ଯାହା ୨୦୨୪ର ପ୍ରଥମ ତ୍ରୈମାସିକରେ ୯୫.୫ ଟନ ଥିଲା । ସୁନାର ରିଟେଲରମାନେ ମଧ୍ୟ ବର୍ତମାନର ଟାରିଫ-ସମ୍ପର୍କିତ ଅନିଶ୍ଚିତତା ସତ୍ୱେ ପାର୍ବଣ ଋତୁ ସମୟରେ ସୁନାର ଅନୁକୂଳ କ୍ରୟ ଆଚରଣକୁ ନେଇ ସକାରାତ୍ମକ ରହିଛନ୍ତି । ୨୦୨୫ର ପ୍ରଥମ ତ୍ରୈମାସିକରେ ସୁନା ଆମଦାନୀ ୮% ବୃଦ୍ଧି ହୋଇ ୧୬୭.୪ ଟନ ରହିଛି । ଏହା ବିପରୀତରେ ସୁନାର ରିସାଇକ୍ଲିଙ୍ଗ ୩୨% ହ୍ରାସ ପାଇ ୨୬ ଟନ ରହିଛି । ୨୦୨୫ ପାଇଁ ଭାରତର ସୁନା ଚାହିଦାର ପୂର୍ବାନୁମାନ ୭୦୦-୮୦୦ ଟନ ମଧ୍ୟରେ ରହିଛି ।
.
Comments are closed, but trackbacks and pingbacks are open.