ପ୍ରାଇଭେଟ୍‌ ସ୍କୁଲର ତିନି ମାସର ଫି’ ହ୍ରାସ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ

0 603

ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‍ଡାଉନ୍‍ ଯୋଗୁଁ ସମାଜର ପ୍ରାୟ ସବୁ ବର୍ଗର ଲୋକଙ୍କ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପଡ଼ିଛି । ତେଣୁ ଏହି ପରିପ୍ରେକ୍ଷୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏଥିପାଇଁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତିନି ମାସର ଫି’ ହ୍ରାସ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେହିଭଳି ଆବଶ୍ୟକସ୍ଥଳେ ଏହି ଫି’ ଆଦାୟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଟ୍ୱିଟ୍‍ ବାର୍ତ୍ତାରେ କୁହାଯାଇଛି । ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଫି’ ହ୍ରାସ କଲେ ଏହା ଅଭିଭାବକମାନଙ୍କୁ ସହାୟକ ହେବ ବୋଲି ଟ୍ୱିଟ୍‍ରେ କୁହାଯାଇଛି ।

Leave A Reply