ଭୁବନେଶ୍ୱର ୧୯।୦୨- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାରରେ ଓଡ଼ିଶା ବିଧାନସଭାରେ ୨୦୨୦-୨୧ଆର୍ଥିକ ବର୍ଷପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ସର୍ବାଧିକ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିଥିବା ସହ ଫାଇଭ୍- ଟି ଓ ମୋ ସରକାର ମନ୍ତ୍ର ପ୍ରଶାସନକୁ ପ୍ରେରଣା ଦେଇ ରାଜ୍ୟ ବଜେଟ୍କୁ ନିଅଣ୍ଟରୁ ବଳକା ବଜେଟ୍ରେ ପହଞ୍ଚାଇ ପାରିଥିବା କହିଛନ୍ତି ।
ଅର୍ଥମନ୍ତ୍ରୀ ଉପସ୍ଥାପିତ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷପାଇଁ ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜାର ୨୦୦ କୋଟି, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ତା ବ୍ୟୟ ୭ ହଜାର ୧୪୫ କୋଯି ଟଙ୍କା, ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧ ହଜାର ୨୧୧ କୋଟି, ମାଛ ଚାଷପାଇଁ ପୋଖରୀ ଖୋଳିବାକୁ ୨୮ କୋଟି ଟଙ୍କା,
୧୫ଟି ଜିଲ୍ଲାରେ ୧୦ ହଜାର ପୋଖରିୀ ନବୀକରଣ ପାଇଁ ଯୋଜନା, କାଳିଆ ଯୋଜନାରେ ବିନା ସୁଧରେ କୃଷିଋଣ ପାଇଁ ୭୦୫ କୋଟି, ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭ ଶହ କୋଟି, ମିଲେଟ୍ ମିଶନ୍ ପାଇଁ ମୋଟ ୧୦୬ କୋଟି ଟଙ୍କା, ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୮୪ ହଜାର ହେକ୍ଟରକୁ ଜଳ ଯୋଗାଣ ଲକ୍ଷ୍ୟ, ବିଭଗ ୫ ବର୍ଷ ମଧ୍ୟରେ ୬ଟି ବୃହତ୍ ଜଳସେଚନ ପ୍ରକଳ୍ପ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନପାଇଁ ୧ ହଜାର ୬୦ କୋଟି, ରୁଫ୍ ଯପ୍ ଓ ଭୂତଳ ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୨୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ପାଇପ୍ ପାଣି ଯୋଗାଣ ପାଇଁ ମୋଟ ୮ ହଜାର କୋଟି ଟଙ୍କା ବ୍ୟୟ ବରାଦ, ଚଳିତ ଆର୍ଥିକ ବର୍ଷରେ ଶତକଡ଼ା ୬୦ ଭାଗ ଗ୍ରାମାଞ୍ଚଳକୁ ପାଇ୍ ପାଣି, ଶତ ପ୍ରତିଶତ ନଗରାଞ୍ଚଳକୁ ପାଇପ୍ ପାଣି ଯୋଗାଣ ଲ୍ୟକ୍ଷ ରହିଛି । ପୁରୀର ବିକାଶପାଇଁ ଅବଢ଼ା ଯୋଜନାରେ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ, ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି, କଟକ ସହର, ଭିତର କନିକା ଓ ସମଲେଶ୍ୱରୀ ପାଇଁ ମଧ୍ୟ ବ୍ୟୟ ବରାଦ କରାଯାଇଛି । ଅର୍ଥମନ୍ତ୍ରୀ ଏହି ବଜେଟ୍କୁ ବିକାଶମୁଖୀ ଓ ଜନ ମଙ୍ଗଳକାରୀ ବୋଲି ଅଭିହିତ କରିଛନ୍ତି । ତେବେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କହିଛନ୍ତି :
ତେବେ ଏଥର ବଜେଟ୍ ପୁସ୍ତିକା ଛପାଯାଇ ନାହିଁ । ଏହାକୁ ଡିଜିଟାଲ୍ ବାଇ ଇ-ବଜେଟ୍ ଭାବେ ଅଭିହିତ କରାଯାଇଛି । ବଜେଟ୍ ପୁସ୍ତିକା ଛପାଯାଇ ନ ଥିବାରୁ ପ୍ରାୟ ୭୫ ଲକ୍ଷ ପୃଷ୍ଠାର କାଗଜ ଓ ମୁଦ୍ରଣ ଖର୍ଚ୍ଚ ସଞ୍ଚୟ
କରାଯାଇପାରିଛି ।