ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର-କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ

0 98

ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର-କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି ।

ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୦୮୦୩୭ ଖଡ଼ଗପୁର – ଯାଜପୁର-କେନ୍ଦୁଝର ରୋଡ଼ ସ୍ପେଶିଆଲ ଆସନ୍ତା ୧୨ ତାରିଖ ଠାରୁ ଖଡ଼ଗପୁରରୁ ଅପରାହ୍ନ ୪ଟା ୧୫ମିନିଟ୍‍ରେ ଛାଡି ଯାଜପୁର କେନ୍ଦୁଝର ରୋଡ଼ ଠାରେ ରାତ୍ରି ୯ଟା ୪୦ମିନିଟ୍‍ରେ ପହଞ୍ଚିବ ।


ଫେରିବା ଦିଗରେ ୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗପୁର ସ୍ପେଶିଆଲ ଆସନ୍ତା ୧୩ ତାରିଖ ଠାରୁ ଯାଜପୁର କେନ୍ଦୁଝର ରୋଡ଼ ଠାରୁ ଭୋର ୬ଟା ୧୦ମିନିଟ୍‍ରେ ଛାଡି ଖଡ଼ଗପୁର ଠାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବ ।

Leave A Reply