ବିଦ୍ୟୁତ ଚୋରି ରୋକିବା ପାଇଁ ଲାଗିବ ସ୍ମାର୍ଟ ମିଟର

0 1,016

ଭୁବନେଶ୍ୱର – ରାଜ୍ୟରେ ଏଣିକି ବିଜୁଳି ସୁବଣ୍ଟନ ସହ ଚୋରୀକୁ ରୋକିବାପାଇଁ ସ୍ମାର୍ଟ ଓ ପ୍ରିପେଡ୍‍ ମିଟର ଲାଗୁ କରାଯିବ ବୋଲି ସୋମାବାରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଲଗାଯିବ ।
ସେହିଭଳି ସମ୍ବଲପୁର ସହରରେ ପ୍ରଥମେ ପାଇଲଟ୍‍ ପ୍ରକଳ୍ପ ଭାବେ ସେଠାରେ ୪ ହଜାର ୫୦୦ ପ୍ରିପେଡ୍‍ ମିଟର ଲାଗୁ କରାଯିବ ।

ଏହା ଯଦି ସଫଳ ହୁଏ, ତେବେ ଅନ୍ୟ ସ୍ଥାନରେ ମଧ୍ୟ ସ୍ମାର୍ଟ ମିଟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ମିଟରରେ ଡିଜିଟାଲ୍‍ କାର୍ଡ଼ର ବ୍ୟବସ୍ଥା ରହିବ ଯାହାଫଳରେ ଉପଭୋକ୍ତାମାନେ ପ୍ରିପେଡ୍‍ ଭାଉଚର ମାଧ୍ୟମରେ ବିଦ୍ୟୁତ୍‍ ବ୍ୟବହାର କରିପାରିବେ । ଭାଉଚର ସରିଗଲେ ପୁଣି ଥରେ ରିଚାର୍ଜ କରିହେବ । ସେହିଭଳି ମିଟରକୁ ଟ୍ୟାମ୍ପରିଂ କଲେ ଏହା ସ୍ୱୟଂକ୍ରିୟ ଭାବେ ବନ୍ଦ ହୋଇଯିବ । ଏହି ମିଟର ପାଇଁ ଉପଭୋକ୍ତାମାନଙ୍କୁ କିଛି ପୈଠ କରିବାକୁ ପଡିବ ନାହିଁ ।

Leave A Reply