ସ୍ନାଇଡର୍ ଇଲେକ୍ଟ୍ରିକ୍‌ର ସଷ୍ଟେନେବିଲିଟି ଅଭିଯାନ ଗ୍ରିନ୍ ଯୋଦ୍ଧାର ପ୍ରଥମ ବାର୍ଷିକୀ ପାଳନ

104

ଭୁବନେଶ୍ୱର: ବିଦ୍ୟୁତ୍ ଶକ୍ତି ପରିଚାଳନା ଓ ଅଟୋମେସନ୍ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ସ୍ନାଇଡର୍ ଇଲେକ୍ଟ୍ରିକ୍ ପକ୍ଷରୁ ସଷ୍ଟେନେବିଲିଟି ଅଭିଯାନ ଗ୍ରିନ୍ ଯୋଦ୍ଧାର ପ୍ରଥମ ବର୍ଷ ପୂର୍ତି ପାଳନ କରାଯାଇଛି । ସଚେତନ ନାଗରିକ, ବ୍ୟବସାୟ ଏବଂ ଅନୁଷ୍ଠାନର ସାମଗ୍ରିକ ଜଳବାୟୁ ପଦକ୍ଷେପ ଗଠନ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଅଭିଯାନ ପ୍ରଥମ ବର୍ଷରେ ୧୦ ନିୟୁତରୁ ଅଧିକ ଲୋକ ଏବଂ ବ୍ୟବସାୟ ପାଖରେ ପହଂଚିଛି । ବିିଭିନ୍ନ ଡିଜିଟାଲ୍ ଏବଂ କ୍ଷେତ୍ର ଭିତିକ ପଦକ୍ଷେପ ମାଧ୍ୟମରେ ପାୱାର ଓ ଗ୍ରିଡ୍‌, କଂଜ୍ୟୁମର୍ ପ୍ରଡକ୍ଟ ଓ ସାମଗ୍ରୀ, ମୋବିଲିଟି ଓ ଜଳ ଏବଂ ବର୍ଜ୍ୟ ଜଳ ପରିଚାଳନା ଆଦି କ୍ଷେତ୍ରରେ କଂପାନିଗୁଡ଼ିକ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଏଥିରେ କ୍ଷେତ୍ର ଭିତିକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅଭିଯାନର ପ୍ରଥମ ବର୍ଷରେ ଜେକେ ସିମେଂଟ୍‌ସ, ପେପ୍‌ସିକୋ, ମାରିଅଟ୍ ହୋଟେଲ୍‌ସ, ୟୁଏସ୍‌ଟି ଗ୍ଲୋବାଲ୍‌, ୩ଏମ୍ ଇତ୍ୟାଦି ଗ୍ରିନ୍ ଯୋଦ୍ଧାରେ ପରିଣତ ହୋଇଛନ୍ତି ।
ସ୍ନାଇଡର ଇଲେକ୍ଟ୍ରିକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଓ ଏମ୍‌ଡି ଏବଂ ଜୋନ୍ ସଭାପତି-ଭାରତ, ଅନିଲ ଚୌଧୁରୀ କହିଛନ୍ତି ଯେ, “ସ୍ନାଇଡର୍ ଇଲେକ୍ଟ୍ରିକ୍ ବ୍ୟବସାୟର ମୂଳରେ ରହିଛି ସଷ୍ଟେନେବିଲିଟି (ନିରନ୍ତରତା) । କର୍ପୋରେଟ୍ ଏବଂ ବ୍ୟକ୍ତିଗତ ସ୍ତରରେ ନିରନ୍ତରତାର ବାର୍ତାବହ ହେବା ଲାଗି ଆମେ ଲକ୍ଷ୍ୟ ରଖିଛୁ । ନିଜର ଜଳବାୟୁ ସକାରାତ୍ମକ ମନୋଭାବକୁ ପଦକ୍ଷେପରେ ପରିଣତ କରିବା ଲାଗି ଗ୍ରିନ୍ ଯୋଦ୍ଧା ଅଭିଯାନରେ କର୍ପୋରେଟ୍‌ମାନଙ୍କୁ ଆହ୍ୱାନ ଦିଆଯାଉଛି । ଏହି ଶକ୍ତିଶାଳୀ ଅଭିଯାନ ଦୃଢ଼ ସଚେତନତା ସୃଷ୍ଟି କରିଥିବା ବେଳେ ୧୦ ନିୟୁତରୁ ଅଧିକ ବ୍ୟବସାୟ ଓ ବ୍ୟକ୍ତିବିଶେଷଙ୍କ ପାଖରେ ପହଂଚିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା ହେଉଛି ଏକ ଗର୍ବର ମୁହୂର୍ତ ଏବଂ ଗ୍ରିନ୍ ଯୋଦ୍ଧା ହେବା ଏବଂ ପଦକ୍ଷେପ ଗ୍ରହଣ କରିବା ଲାଗି ପସନ୍ଦ କରିଥିବା ପ୍ରତି ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଭାରତର ସଷ୍ଟେନେବଲ୍ ଭବିଷ୍ୟତ ପାଇଁ ଆମ ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏହି ଅଭିଯାନ । ଆମକୁ ଏହି ଧାରାକୁ ବଜାୟ ରଖିବାକୁ ହେବ ଏବଂ ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ।’’
ସ୍ନାଇଡର୍ ଇଲେକ୍ଟ୍ରିକ୍‌ର ଭିପି-ଗ୍ଲୋବାଲ୍ ମାର୍କେଟିଂ, ଗ୍ରେଟର୍ ଇଣ୍ଡିଆ ରଜତ ଅବି ଗ୍ରିନ୍ ଯୋଦ୍ଧା ଅଭିଯାନ ବିଷୟରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ଗ୍ରିନ୍ ଯୋଦ୍ଧା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଯାହା ଜଳବାୟୁ ସକାରାତ୍ମକ ପରିବର୍ତନ ଆଣିବା ଲାଗି ଚାହୁଁଥିବା ସମଭାବାପନ୍ନ ବ୍ୟକ୍ତିଙ୍କଠାରୁ ଏହାର ଦୃଢ଼ତା ହାସଲ କରିଛି । ବର୍ଷକ ଭିତରେ ଏହି ଅଭିଯାନ ଯେଉଁଭଳି ଭାବେ ଉଲ୍ଲେଖନୀୟ ପ୍ରତିକ୍ରିୟା ହାସଲ କରିଛି ତାହାକୁ ନେଇ ଆମେ ରୋମାଂଚିତ । ରାଜ୍ୟ ସାରା ସଚେତନତାର ପ୍ରସାର କରିବା ଲାଗି ନିର୍ଦିଷ୍ଟ ଲକ୍ଷ୍ୟ ଜରିଆରେ ଆମେ ନୀତି ନିର୍ଧାରକ ଓ ନିଷ୍ପତି ଗ୍ରହଣକାରୀଙ୍କ ସହ ଯୋଡ଼ି ହୋଇଛୁ । ଆମ ସହିତ ଏହି ନିରନ୍ତରତାର ଯାତ୍ରାରେ ଆଗକୁ ବଢ଼ିବା ଲାଗି ଅଗ୍ରଣୀ ସରକାରୀ ଓ ଘରୋଇ ସଂସ୍ଥା, ସହଯୋଗୀ ଏବଂ ଯୋଗାଣକାରୀମାନେ ଆଗେଇ ଆସିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଗ୍ରିନ୍ ଯୋଦ୍ଧା ଗୋଷ୍ଠୀକୁ ସମ୍ପ୍ରସାରଣ କରିବା ଏବଂ ନିରନ୍ତରତା ଲକ୍ଷ୍ୟ ହାସଲରେ ଭାରତକୁ ସାହାଯ୍ୟ କରିବା ଲାଗି ଉଭୟ ପ୍ରତ୍ୟକ୍ଷ ଏବଂ ଡିଜିଟାଲ୍ ମାଧ୍ୟମକୁ ତ୍ୱରାନ୍ୱିତ କରିବା କାର୍ଯ୍ୟକୁ ଆମେ ଜାରି ରଖିବୁ ।’’

Comments are closed, but trackbacks and pingbacks are open.