ଭୁବନେଶ୍ୱର: ଭାରତର ସର୍ବବୃହତ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ୧ ବିଲିଅନ୍ ଡଲାର ସିଣ୍ଡିକେଟ୍ ଋଣ ପ୍ରଦାନ କରିଛି । ଏସ୍ବିଆଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରବାର କାରଣ ଏହା ହେଉଛି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳର ସର୍ବବୃହତ ଇଏସ୍ଜି ଋଣ ହୋଇଥିବା ବେଳେ ବିଶ୍ୱ ସ୍ତରରେ ଦ୍ୱିତୀୟ ସର୍ବବୃହତ ସାମାଜିକ ଋଣ । ପୁନଶ୍ଚ, ଏହା ହେଉଛି ଏସ୍ବିଆଇର ପ୍ରଥମ ସାମାଜିକ ଋଣ ଏବଂ ଗତ ପାଂଚ ବର୍ଷ ଭିତରେ ପ୍ରଥମ ସିଣ୍ଡିକେଟେଡ୍ ଋଣ ।
ଏହି ୧ ବିଲିଅନ ପାଣ୍ଠିକୁ ଏମ୍ଏଲ୍ଏବି, ଏମ୍ୟୁଏଫ୍ଜି ବ୍ୟାଙ୍କ ଓ ତାଇପେଇ ଫୁବନ କମର୍ସି÷ାଲ୍ ବ୍ୟାଙ୍କ କୋ ଲିମିଟେଡ୍ ଜରିଆରେ ଯୋଗାଡ଼ କରାଯାଇଛି । ଏମ୍ୟୁଏଫ୍ଜି ଏହି କାରବାରର ଲିଡ୍ ସାମାଜିକ ସଂଯୋଜକ ହୋଇଥିବା ବେଳେ, ଏମ୍ୟୁଏଫ୍ଜି ଓ ତାଇପେଇ ଫୁବନ କମର୍ସିଆଲ୍ ବ୍ୟାଙ୍କ ହେଉଛନ୍ତି ଯୁଗ୍ମ ସାମାଜିକ ଋଣ ସଂଯୋଜକ ।
ଏହି ଅବସରରେ ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, “ଏକ ଦାୟିତ୍ୱବାନ ଓ ନିରନ୍ତର ସଂସ୍ଥା ଭାବେ ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇଏସ୍ଜି) ପ୍ରଥାର ଉଚ୍ଚ ମାନକ ସହ ଆମ ବ୍ୟବସାୟ ପରିଚାଳନା କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଆମର ଦୀର୍ଘମିଆଦୀ ସଫଳତା କେବଳ ଆମର ଆର୍ଥିକ ପ୍ରଦର୍ଶନ ଉପରେ ନୁହେଁ ବରଂ ପରିବେଶ, ସମାଜ ଓ ଆମ ଅଂଶୀଦାରଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଲାଗି ଥିବା ଆମ ଦକ୍ଷତା ଉପରେ ଆମର ବିଶ୍ୱାସ ରହିଛି ତାହାକୁ ନେଇ ଇଏସ୍ଜି ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଆମର ପ୍ରଥମ ସାମାଜିକ ଋଣ ।’’
ପ୍ରଥମ ଇଏସ୍ଜି କାରବାର ଭାରତରେ ସବୁଜ ଓ ସାମାଜିକ ପ୍ରକଳ୍ପକୁ ସମର୍ଥନ କରିବା ଲାଗି ଏସ୍ବିଆଇର ଥିବା ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ଦର୍ଶାଉଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.