ଭାରତୀୟ ବଜାରରେ ସାମସଙ୍ଗ୍ ଗାଲାକ୍ସି ଏ୮ ଷ୍ଟାର୍ , ଜାଣନ୍ତୁ ଏହାର ମୂଲ୍ୟ

0 422

ଭୁବନେଶ୍ୱର : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ୍ ପକ୍ଷରୁ ଗାଲାକ୍ସି ଏ୮ ଷ୍ଟାର୍ କୁ ଉନ୍ମୋଚନ କରାଯାଇଛି। ଏଥିରେ ବଡ଼ ଇନଫିନିଟି ଡିସ୍ପ୍ଲେ ଓ ଡୁଆଲ୍ ଇଂଟେଲିକ୍ୟାମ୍ ରହିଛି। ଏହାର ସ୍ଲିମ୍ ଡିଜାଇନ୍ ଓ ଉନ୍ନତ ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ଉତ୍କୃଷ୍ଟ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବ। ଗାଲାକ୍ସି ଏ୮ ଷ୍ଟାରରେ ୬.୩ ଇଞ୍ଚ ଫୁଲ୍ ଏଚଡି ସୁପର ଆମୋଏଲ୍ଇଡି ଇନଫିନିଟି ଡିସପ୍ଲେ  ରହିଛି। ଏହାର ଆସ୍ପେକ୍ଟ ରେସିଓ ହେଉଛି ୧୮:୫:୯। ଏହାର ପଛ ପାଖରେ ୧୬ ଏମ୍ପି + ୨୪ ଏମ୍ପି ଡୁଆଲ୍ କ୍ୟାମେରା ରହିଛି। ଉଭୟ କ୍ୟାମେରା କମ୍ ଆଲୋକରେ ଉତ୍କୃଷ୍ଟ ଫଟୋ ଉଠାଇବାକୁ ସକ୍ଷମ। ଏହା ବ୍ୟତୀତ ଏହାର ସାମ୍ନାରେ ୨୪ ଏମ୍ପି କ୍ୟାମେରା ରହିଛି। ଗାଲାକ୍ସି ଏ୮ ଷ୍ଟାରରେ ବଡ଼-ଆପେର୍ଚର୍ ଲେନ୍ସ ରହିଛି। ଆଲୋକର ମାତ୍ରା ଉପଯୁକ୍ତ ଲେନ୍ସ କାମ କରିବ। ଏଥିରେ ଲାଇଭ୍ ଫୋକସ୍ ବୈଶିଷ୍ଟ୍ୟ ରହିଛି। ସେଲ୍ଫି ପ୍ରେମୀଙ୍କ ପାଇଁ ଏଥିରେ ସ୍ମାର୍ଟ ବିଉଟି ମୋଡ୍  ଓ ପ୍ରୋ ଲାଇଟିଂ ମୋଡ୍ ରହିଛି। ଏଥିରେ ଅଲୱେଜ୍ ଅନ୍. ଡୁଆଲ୍ ମେସେଞ୍ଜର, ସିକ୍ୟୁର୍ ଫୋଲଡର, ୩୭୦୦ ଏମ୍ଏଏଚ୍ ବ୍ୟାଟେରି, ୬ ଜିବି ରାମ୍, ୬୪ ଜିବି ରମ୍ ଆଦି ସୁବିଧା ରହିଛି। ସାଧାରଣ ଷ୍ଟୋରରେ  ଏହି ଫୋନ୍ ସେପ୍ଟେମ୍ବର ୫ରୁ ଉପଲବ୍ଧ ହେବ। ଏହା ମିଡନାଇଟ୍ ବ୍ଲାକ୍ ଓ ଇଭୋରି ହ୍ୱାଇଟ୍ ଭଳି ଦୁଇଟି ରଙ୍ଗରେ ମିଳିବ। ଏହାର ମୂଲ୍ୟ ହେଉଛି ୩୪,୯୯୦ ଟଙ୍କା।

 

Leave A Reply