ଥରେ ପାକିସ୍ତାନ ପାଇଁ ଖେଳିଥିଲେ ସଚୀନ୍‌ ତେନ୍ଦୁଲକର, ଜାଣନ୍ତୁ କେମିତି

0 818

ମୁମ୍ବାଇ .- ଜୀବନରେ ଥରେ ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ମାଷ୍ଟର ବ୍ଲାଷ୍ଟର ସଚୀନ୍‌ ତେନ୍ଦୁଲକର ଫିଲ୍ଡିଂ କରିଥିଲେ । ସେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ମୁମ୍ବାଇରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ହୋଇଥିଲା । ଏହା ମ୍ୟାଚରେ ପାକିସ୍ତାନ ଟିମ୍‌ ଫିଲ୍ଡିଂ କରୁଥିବା ବେଳେ ଜାଭେଦ୍‌ ମିଆଁଦାଦ୍‌ ଓ ଅବଦୁଲ୍‌ କାଦିର୍‌ ମଧ୍ୟାହ୍ନ ଭୋଜନ ପାଇଁ ଫିଲ୍ଡ୍‌ ଛାଡିଥିଲେ । ସେମାନଙ୍କ ପାଇଁ ସଚୀନ ଫିଲ୍ଡିଂ କରିଥିଲେ ।୧୯୮୭-୮୮ ମସିହାରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ସଚୀନ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବାର ୨ ବର୍ଷ ପୂର୍ବରୁ ଏହି ଘଟଣା ଘଟିଥିଲା । ନଭେମ୍ବର ୧୬ ୨୦୧୩ ମସିହାରେ ସଚୀନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ନିଜର ଆତ୍ମଜୀବନୀ ପୁସ୍ତକରେ ସଚୀନ ଏହି ଘଟଣା ଉଲ୍ଲେଖ କରିଛନ୍ତି ।

Leave A Reply