ମାଞ୍ଚେଷ୍ଟର – ପାକିସ୍ତାନ ବିପକ୍ଷରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି ବଲ୍ରେ ଶତକ ହାସଲ କରିଥିଲେ। ୯ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଶତକ ହାସଲ କରିଥିଲେ । ସେ ୧୧୩ଟି ବଲ୍ରେ ୧୪ଟି ଛକା ଓ ତିନୋଟି ଚୌକା ସହାୟତାରେ ୧୪୦ ରନ୍ କରି ଆଉଟ୍ ହୋଇଛନ୍ତି । ହାସନ ଅଲିଙ୍କ ବଲ୍ରେ ସେ ହ୍ୱାଇଦ୍ ରିୟାଜଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ ।
ସେହିପରି ଶିଖର ଧାଓ୍ୱନଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଓପନିଂ କରୁଥିବା କେଏଲ୍ ରାହୁଲ୍ ବେଶ୍ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ୭୮ ବଲ୍ରେ ୫୭ ରନ୍ କରି କେଏଲ୍ ରାହୁଲ୍ ଆଉଟ୍ ହୋଇଛନ୍ତି । ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି । କେଏଲ୍ ରାହୁ,ଲ ହ୍ୱାଇଦ୍ ରିୟାଜଙ୍କ ବଲ୍ରେ ବାବ,ର ଆଜମଙ୍କୁ କ୍ୟାଚ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post