ଓଡ଼ିଶାର ବିଭିନ୍ନ ପଛୁଆବର୍ଗଙ୍କୁ କେନ୍ଦ୍ରରତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ସହ ଆଲୋଚନା

194

ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ପଛୁଆବର୍ଗଙ୍କୁ କେନ୍ଦ୍ରର ଅନ୍ୟାନ୍ୟ ପଛୁଆବର୍ଗ ବା ଓବିସି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର
କୁମାରଙ୍କ ସହ ନୂଆଦିଲ୍ଲୀଠାରେ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାସ କରୁଥିବା “ରାଜଶ୍ରୀ ବଳାଶି” ସମୁଦାୟର ପ୍ରତିନିଧିମାନେ ମଧ୍ୟ ଏ ସଂକ୍ରାନ୍ତରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ଏହାର ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଡକ୍ଟର କୁମାର ଆଶ୍ୱାସନା ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.