ରାୟଗଡା ସହରର ଏକ ଘରୁ କ୍ରାଇମବ୍ରାଞ୍ଚର ଏସ.ଟି.ଏଫ ଟିମ୍ ଦ୍ୱାରା ବିପୁଳ ପରିମାଣର ରତ୍ନପଥର ଜବତ କରାଯାଇଛି । ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର ୧୫୩କିଲୋ ମଚଲନ ରତ୍ନପଥର ଜବତ ହୋଇଛି ।
ଏହାର ଆନୁମାନିକ ବଜାର ମୂଲ୍ୟ ୧କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ଜଣକୁ ଅଟକ ରଖି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି ।