ବାତ୍ୟା ୟସ୍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣରେ ନିୟୋଜିତ ୧୪୬ ଜଣ ସେବକ ଗତକାଲି ଅପରାହ୍ନ ଠାରୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବର୍ଷା ଛାଡି ପାଗ ସୁଧୁରିବା ପରେ ଭୋଇ ସେବକମାନେ ରଥଖଳାରେ ନଡିଆ ଚାଞ୍ଚ ପକାଇଛନ୍ତି । ଖୋଲି ଦିଆଯାଇଥିବା କପଡାକୁ ପୁଣି ବାନ୍ଧି ଦିଆଯାଇ
ପୁର୍ନବାର ସର୍ବସାଧାରଣଙ୍କ ଚଳାଚଳ ଉପେରେ କଟକଣା ଲଗାଯାଇଛି । ମୋଟ ୪୨ଟି ତୁମ୍ବରୁ ୧୨ଟି ତୁମ୍ବ କାମ ସରିଥିଲା । ବାକି ତୁମ୍ବ କାମ ଚାଲିଛି । ରୂପକାରଙ୍କ ଦ୍ୱାରା ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଚାପ ନଖେଳି କେବଳ ପ୍ରତିକାତ୍ମକ ଭାବେ ଚାପ ଛୁଇଁ ଶ୍ରୀମନ୍ଦିରକୁ ଫେରିଥିଲେ ।