ପ୍ରସାରିତ ହେଲା ରାମାୟଣ, ମହାଭାରତ

0 1,648

ନୂଆଦିଲ୍ଲୀ  — ପୁଣିଥରେ ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ  ଧାରାବାହିକ ରାମାୟଣ ଓ ମହାଭାରତ । ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ  ଓ ଡିଡି ଭାରତୀରେ ପ୍ରସାରିତ ହୋଇଛି । କରୋନା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ଦେଶରେ ୨୧ଦିନିଆ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି ।

ଲକ୍‍ଡାଉନ୍‍ ସମୟରେ ଘରେ ବସି ଲୋକ ଯେପରି ସେମାନଙ୍କର ମନୋରଞ୍ଜନ କରିପାରିବେ ସେ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ  ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକମାନଙ୍କ ଅନୁରୋଧକ୍ରମେ ଆଜିଠାରୁ ଦୂରଦର୍ଶନରେ ରାମାୟଣ ଓ ମହାଭାରତ ପୁଣିଥରେ ପ୍ରସାରଣ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ରାମାୟଣ ଦୂରଦର୍ଶନରେ ସକାଳ ୯ଟା ସମୟରେ ଗୋଟିଏ ଅଧ୍ୟାୟ ଏବଂ ରାତି ୯ଟାରେ ଆଉଏକ ଅଧ୍ୟାୟ ପ୍ରସାରିତ ହେବ । ସେହିଭଳି

ଡିଡି ଭାରତୀର୍ୱେହାଭାରତ ମଧ୍ୟାହ୍ନ ୧୨ଟାରେ ଓ ସଂଧ୍ୟା ୭ଟାରେ ପ୍ରସାରିତ ହେଉଛି ।

Leave A Reply