ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍‍-ପୁରୀ
ଇଣ୍ଟରସିଟି ଏକ୍ସପ୍ରେସ୍‍ରେ ନିଆଁ

163

ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍‍-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ରେ ନିଆଁ ଲାଗିଥିବା ଜଣାପଡିଛି । ଯାତ୍ରୀମାନେ
ଭୟଭୀତ ହୋଇ ଓହ୍ଲାଇ ପଡିଥିବାରୁ କାହାରି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । ତୁରନ୍ତ ଖରିଆର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀ
ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଛତିଶଗଡ ରାଜ୍ୟ ମହାସମୁଦ ଜିଲ୍ଲା କୋମାଖାନା ନିକଟରେ ଦୁର୍ଗ୍‍ପୁରୀ ଏକ୍ସପ୍ରେସ୍‍ରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଜାଣିବା ପରେ ରେଲୱେ କର୍ତ୍ତୃପକ୍ଷକୁ ଜଣାଇଥିଲେ । ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନ୍‍କୁ ଖରିଆର ରୋଡ ଷ୍ଟେସନକୁ ଆଣିଥିଲେ । ତେବେ ଏସି ବଗି ନିକଟରେ ଧୁଆଁ
ବାହାରିବା ନେଇ ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯାହାଫଳରେ ବଡଧରଣର ଅଘଟଣକୁ ଏଡାଇବାରେ
ସଫଳ ହୋଇଥିଲେ ।

Comments are closed, but trackbacks and pingbacks are open.