ପୁରୀରେ ମଟରସାଇକେଲ ଦୁର୍ଘଟଣାରେ ଭଦ୍ରକ ଦୁଇଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

0 1,658

ପୁରୀ .- ପୁରୀ-କୋଣାର୍କ ରାସ୍ତାରେ ଏକ ମଟର ସାଇକେଲ୍‌ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏମାନେ ମାଳତୀପାଟପୁର ଓଭର ବ୍ରିଜ ରାସ୍ତାରେ କୋଣାର୍କ ଆଡକୁ ଯାଉଥିବା ବେଳେ ସେମାନଙ୍କର ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇଜଣଙ୍କର ପରିଚୟ ମିଳିଛି , ଏମାନେ ଭଦ୍ରକ ଭଣ୍ଡାରୀପୋଖରୀର ବିଶ୍ୱଜିତ ଓ ରୁଦ୍ର ବାରିକ ବୋଲି ଜଣା ପଡିଛି ।

Leave A Reply