ସ୍ମାର୍ଟଫୋନ୍ଗୁଡିକ ଉପରେ ଆକର୍ଷଣୀୟ ଡିଲ ଉନ୍ମୋଚନ କରିଛି ପୋକୋ
ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ, ଏହାର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ଗୁଡିକ ପାଇଁ ଆକର୍ଷଣୀୟ ଅଫର୍ର ଉନ୍ମୋଚନ କରିଛି । ଏହି ଡିଲଗୁଡ଼ିକ ପ୍ରମୁଖ ଇକମର୍ସ ସଂସ୍ଥା ଫ୍ଲିପ୍କାର୍ଟ ଓ ଆମାଜନରେ ମେ ୧ ତାରିଖ ୨୦୨୪ରୁ ମେ ୧୦ ତାରିଖ ୨୦୨୪ ମଧ୍ୟରେ ପରିଚାଳିତ ହେଉଥିବା ମେ’ ସେଲ୍ ସମୟରେ ଉପଲବ୍ଧ ରହିଛି । ଗ୍ରାହକଙ୍କ ନିକଟରେ ଏହି ସେଲ୍ ଇଭେଂଟ୍ ସମୟରେ ଉତ୍ସାହଜନକ ଅଫର୍ଗୁଡିକ ସହିତ ଅପ୍ରତ୍ୟାଶିତ ମୂଲ୍ୟରେ ସେମାନଙ୍କ ପସନ୍ଦର ଉତ୍ପାଦଗୁଡିକୁ କ୍ରୟ କରିବା ପାଇଁ ସୁଯୋଗ ରହିବ । ମିଡିଆଟେକ୍ ଡାଇମେନ୍ସିଟି ୮୩୦୦- ଅଲ୍ଟ୍ରା ଏସ୍ଓସି ଦ୍ୱାରା ପରିଚାଳିତ ପୋକୋ ଏକ୍ସ୬ ପ୍ରୋର ମୂଲ୍ୟ ୨୨,୯୯୯ ଟଙ୍କା ରହିଛି । ଏକ ୫୦୦୦ ଏମ୍ଏମ୍୨ ଭିସି କୁଲିଂ ସିଷ୍ଟମ ଓ ୱାଇଲ୍ଡବୁଷ୍ଟ ୨.୦ ଥିବା ଏହି ସ୍ମାର୍ଟଫୋନ୍ ଉନ୍ନତ ଗେମିଂ ପ୍ରଦର୍ଶନ ନିଶ୍ଚିତ କରୁଛି । ଏହାର ପ୍ରଭାବୀ ୬.୬୭ ଇଂଚ୍ ଆମୋଲେଡ୍ ଡିସ୍ପ୍ଲେ ଏକ ସୁଗମ ୧୨୦ଏଚ୍ଜେଡ୍ ରିଫ୍ରେଶ୍ ରେଟ୍ ପ୍ରଦାନ କରୁଛି । ଏଥିରେ ଏକ ୬୪ଏମ୍ପି ଓଆଇଏସ୍ ଟ୍ରିପଲ ରିୟର କ୍ୟାମେରା ଓ ଏଚ୍ଡିଆର୍ ଭିଡିଓ ରେକର୍ଡିଂ ସପୋର୍ଟ ରହିଛି । ୧୭୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ପୋକୋ ଏକ୍ସ୬ ୧.୫କେର ରିଜୋଲ୍ୟୁଶନ ସହ ଏହାର ୬.୬୭ ଇଂଚ୍ ଆମୋଲେଡ ଡିସ୍ପ୍ଲେ ରହିଛି । ଏହା ହେଉଛି ଏଭଳି ଫିଚର ପ୍ରଦାନ କରୁଥିବା ୨୦,୦୦୦ ଟଙ୍କାରୁ କମ୍ ମୂଲ୍ୟର ଏକମାତ୍ର ଡିଭାଇସ୍ । ଏହି ସ୍ମାର୍ଟଫୋନ୍ ସ୍ନାପ୍ଡ୍ରାଗନ ୭ଏସ୍ ଜେନ୍ ୨ ମୋବାଇଲ ପ୍ଲା୍ଟ୍ଫର୍ମ ଦ୍ୱାରା ପରିଚାଳିତ ଅଟେ ଏବଂ ଏଥିରେ ୫୧୦୦ ଏମ୍ଏଏଚ୍ ବ୍ୟାଟେରୀ ସହିତ ୬୪ଏମ୍ପି ଟ୍ରିପଲ ରିୟର କ୍ୟାମେମରା ସିଷ୍ଟମ ରହିଛି ।
ପୋକୋ ଏକ୍ସ୬ ନିଓ ୧୩୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍ରେ ୬.୬୭ ଇଂଚ୍ ୧୨୦ଏଚ୍ଜେଡ୍ ଆମୋଲେଡ୍ ଏଫ୍ଏଚ୍ଡି+ ଡିସ୍ପ୍ଲେ ରହିଛି । ଏଥିରେ ୧୦୮ଏମ୍ପି ଡୁଆଲ ଏଆଇ କ୍ୟାମେରା ଓ ଏକ ୧୬ ଏମ୍ପି ସେଲ୍ଫି କ୍ୟାମେରା ରହିଛି । ପୋକୋ ଏମ୍୬ ପ୍ରୋ ୫ଜି ଏକ ୪ଏନ୍ଏମ୍ ପ୍ରୋସେସ ଉପରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ ୪ ଜେନ୍୨ ଦ୍ୱାରା ପରିଚାଳିତ ଅଟେ ଏବଂ ଏହାର ମୂଲ୍ୟ ୮୯୯୯ ଟଙ୍କା ରହିଛି । ଏଥିରେ ଏକ ପ୍ରିମିୟମ ଗ୍ଲାସ୍ ବ୍ୟାକ୍ ଡିଜାଇନ, ୬.୭୯ ଇଂଚ୍ ଡିସ୍ପ୍ଲେ, ଆଇପି୫୩ ସ୍ପ୍ଲାଶ ଓ ଡଷ୍ଟ୍ ରେଜିଷ୍ଟାନ୍ସ, କର୍ଣ୍ଣିଂ ଗରିଲା ଗ୍ଲାସ୍ ପ୍ରୋଟେକ୍ସନ ଏବଂ ୫୦ଏମ୍ପି ପ୍ରାଇମେରୀ କ୍ୟାମେରା ରହିଛି । ପୋକୋ ଏମ୍୬ ୫ଜି ମିଡିଆଟେକ ଡାଇମେନ୍ସିଟି ୬୧୦୦+ ଦ୍ୱାରା ପରିଚାଳିତ ଅଟେ ଯାହାର ମୂଲ୍ୟ ୭୭୪୯ ଟଙ୍କା ରହିଛି । ପୋକୋ ଏମ୍୬ ୫ଜି ଏକ ନିମଜ୍ଜିତ ୬.୭୪ ଇଂଚ ୯୦ଏଚ୍ଜେଡ୍ ଡିସ୍ପ୍ଲେ ପ୍ରଦାନ କରୁଛି । ଯତ୍ନର ସହ ନିର୍ମିତ ପୋକୋ ସି୬୫ରେ ଏକ ହାଲୁକା ଓ ଏର୍ଗୋନୋମିକ ଡିଜାଇନ ରହିଛି । ପୋକୋ ସି୬୫ ୪+୧୨୮ଜିବି, ୬+୧୨୮ଜିବି ଓ ୮+୨୫୬ଜିବି ସହିତ ଏକ ଉନ୍ନତ ଷ୍ଟୋରେଜ ବିକଳ୍ପ ଉପସ୍ଥାପନ କରୁଛି । ୬୭୯୯ ଟଙ୍କା ମୂଲ୍ୟର ପୋକୋ ସି୬୫ରେ ଏକ ବୃହତ୍ ୫୦୦୦ ଏମ୍ଏଏଚ୍ର ବ୍ୟାଟେରୀ ରହିଛି ଯାହା ସାରାଦିନର ସଂଯୋଗ ପ୍ରଦାନ କରୁଛି ।
ପୋକୋ ସି୬୧ରେ ଏକ ଗ୍ଲାସ୍ ବ୍ୟାକ୍ ଓ ଫାଷ୍ଟ-ସାଇଡ ଫିଙ୍ଗରପ୍ରିଂଟ୍ ସେନ୍ସର ସହିତ ଏକ ପ୍ରିମିୟମ ଡିଜାଇନ ରହିଛି ଏବଂ ଏହାର ମୂଲ୍ୟ ୬୪୯୯ ଟଙ୍କା ରହିଛି । ଏଥିରେ ୬.୭୧ ଇଂଚ୍ର ଡଟ୍ ଡ୍ରପ ଏଚ୍ଡି+ ଡିସ୍ପ୍ଲେ ରହିଛି ଯାହା ୯୦ଏଚ୍ଜେଡ୍ ରିଫ୍ରେଶ ରେଟ୍ ସହ ଜୀବନ୍ତ ଭିଜୁଆଲ ଦେଇଥାଏ । ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ସହିତ ଏହା ସାରା ଦିନର ବ୍ୟବହାର ନିଶ୍ଚିତ କରିଥାଏ ଏବଂ ୟୁଏସ୍ବି ଟାଇପ୍-ସି ମାଧ୍ୟମରେ ଫାଷ୍ଟ୍ ଚାର୍ଜିଂକୁ ସପୋର୍ଟ କରିଥାଏ । ଏହାର ଡୁଆଲ କ୍ୟାମେରା ସିଷ୍ଟମ ଆକର୍ଷଣୀୟ ଫଟୋ କ୍ୟାପ୍ଚର କରୁଥିବା ବେଳେ ମିଡିଆଟେକ ଜି୩୬ ଚିପ୍ସେଟ୍ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିଥାଏ ।
Comments are closed, but trackbacks and pingbacks are open.