ମାଇକ୍ରୋସଫ୍ଟ ଫାଉଣ୍ଡ୍ରି ସହାୟତାରେ ଫୋନପେ ଆରମ୍ଭ କଲା AI-ପାୱାର୍ଡ ସର୍ଚ୍ଚ ସୁବିଧା

1

PhonePe Launches AI-Powered search built using Microsoft Foundry

ୟୁଜରମାନେ ଏବେ ସରଳ ଭଏସ କିମ୍ବା ଟେକ୍ସଟ କମାଣ୍ଡ ମାଧ୍ୟମରେ ଆପ ବ୍ୟବହାର କରିବା ସହ ପେମେଣ୍ଟ କରିପାରିବେ ଏବଂ ଟ୍ରାଞ୍ଜାକସନର ସବିଶେଷ ତଥ୍ୟ ପାଇପାରିବେ~

 ଫୋନପେ ଆଜି ମାଇକ୍ରୋସଫ୍ଟ ଫାଉଣ୍ଡ୍ରି ସହାୟତାରେ ପ୍ରସ୍ତୁତ ଏକ AI-ପାୱାର୍ଡ ‘ନ୍ୟାଚୁରାଲ ଲାଙ୍ଗୁଏଜ ସର୍ଚ୍ଚ’ ଫିଚର ଲଞ୍ଚ କରିବା ନେଇ ଘୋଷଣା କରିଛି। ଏହି ଫିଚର ଫୋନପେ ୟୁଜରମାନଙ୍କୁ ସାଧାରଣ ଭାଷାରେ ଟେକ୍ସଟ କିମ୍ବା ଭଏସ କମାଣ୍ଡ ମାଧ୍ୟମରେ ଆପ ଭିତରେ ବିଭିନ୍ନ କାର୍ଯ୍ୟ ଆରମ୍ଭ ଏବଂ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେବ, ଯାହା ସେମାନଙ୍କ ପାଇଁ ସୁବିଧା ବଢ଼ାଇବା ସହ ପ୍ଲାଟଫର୍ମର ସମଗ୍ର ଅନୁଭୂତିକୁ ଅଧିକ ସହଜ ଓ ସୁବିଧାଜନକ କରିବ।

ଏହି ଫିଚର ମାଇକ୍ରୋସଫ୍ଟ ଫାଉଣ୍ଡ୍ରିର କ୍ଷମତାକୁ ବ୍ୟବହାର କରି ପାରମ୍ପରିକ ପଦ୍ଧତି ବଦଳରେ ୟୁଜରଙ୍କ ଉଦ୍ଦେଶ୍ୟକୁ ବୁଝି ସେମାନଙ୍କୁ ସିଧାସଳଖ ନିର୍ଦ୍ଦିଷ୍ଟ ପୃଷ୍ଠାକୁ ନେଇଯିବ। ଉଦାହରଣ ସ୍ୱରୂପ, “ହେମନ୍ତଙ୍କୁ 20 ଟଙ୍କା ପେମେଣ୍ଟ କରନ୍ତୁ” ବୋଲି କହିବା ମାତ୍ରେ ଏହା ଆପେ ଆପେ ପେମେଣ୍ଟ ଇଣ୍ଟରଫେସ ଖୋଲିଦେବ କିମ୍ବା ହେମନ୍ତ ନାମରେ ଥିବା ସମସ୍ତ ପ୍ରାସଙ୍ଗିକ କଣ୍ଟାକ୍ଟ ଦେଖାଇଦେବ। ସେହିପରି, “FASTag ରିଚାର୍ଜ କରନ୍ତୁ” କିମ୍ବା “ସୁନା ଦର” ଭଳି କମାଣ୍ଡ ଦେଲେ ଆପ ୟୁଜରଙ୍କୁ ସଠିକ ପୃଷ୍ଠାକୁ ନେଇଯିବ କିମ୍ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଟ୍ରାଞ୍ଜାକସନ ବିକଳ୍ପଗୁଡ଼ିକୁ ସାମ୍ନାକୁ ଆଣିବ।

 କେବଳ ସାଧାରଣ ଟ୍ରାଞ୍ଜାକସନ ନୁହେଁ, ଏହି ଫିଚର ୟୁଜରଙ୍କ ଆବଶ୍ୟକତାକୁ ମଧ୍ୟ ବୁଝିପାରିବ ଯେ ସେ ପେମେଣ୍ଟ କରିବାକୁ ଚାହୁଁଛନ୍ତି, କିଛି କିଣିବାକୁ ଚାହୁଁଛନ୍ତି କିମ୍ବା ସାହାଯ୍ୟ ପାଇଁ ସପୋର୍ଟ ଟିମ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି। ଏହି ସମସ୍ତ କାର୍ଯ୍ୟ ଏକ ‘ହାଇବ୍ରିଡ ମଡେଲ’ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥାଏ, ଯାହା ଲୋକାଲ ଅନ-ଡିଭାଇସ ଏବଂ କ୍ଲାଉଡ ଇନଫରେନ୍ସିଂକୁ ଏକାଠି ବ୍ୟବହାର କରିଥାଏ। ଏଥିସହ ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଏ ଏବଂ ଏହା ସୁନିଶ୍ଚିତ କରାଯାଏ ଯେ କୌଣସି ବ୍ୟକ୍ତିଗତ କିମ୍ବା ଟ୍ରାଞ୍ଜାକସନ ସମ୍ବନ୍ଧୀୟ ତଥ୍ୟ ଫୋନପେରୁ ବାହାରକୁ ଯିବ ନାହିଁ।

ଏହି ଲଞ୍ଚ ଅବସରରେ ଫୋନପେର ପ୍ରତିଷ୍ଠାତା, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଏବଂ ସିଟିଓ (CTO) ରାହୁଲ ଚାରୀ କହିଛନ୍ତି: “ବର୍ଷ ବର୍ଷ ଧରି ପେମେଣ୍ଟ ଆପଗୁଡ଼ିକୁ କେବଳ ଏକ ଉପଯୋଗୀ ମାଧ୍ୟମ ଭାବରେ ଗଢ଼ାଯାଇଛି, ଯାହା କେବଳ ଟ୍ରାଞ୍ଜାକସନ ପାଇଁ ଉପଯୁକ୍ତ କିନ୍ତୁ ଲୋକଙ୍କ ପାଇଁ ନୁହେଁ। ଏହି ଲଞ୍ଚ ତାହାକୁ ବଦଳାଇବା ଦିଗରେ ପ୍ରଥମ ପଦକ୍ଷେପ। ଆମର ଦୂରଦୃଷ୍ଟି ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପେମେଣ୍ଟ ସୁବିଧାକୁ ସହଜ କରିବା ଏବଂ AI ଆମକୁ ଏଭଳି ଏକ ବୁଦ୍ଧିମାନ ଇଣ୍ଟରଫେସ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି, ଯାହା ୟୁଜରମାନେ କିଛି ଖୋଜିବା ପୂର୍ବରୁ ସେମାନଙ୍କର ଆବଶ୍ୟକତାକୁ ବୁଝିପାରିବ। ମାଇକ୍ରୋସଫ୍ଟ ସହ ଆମର ଏହି ସହଭାଗିତା ମାଧ୍ୟମରେ, କେବଳ ଇନପୁଟ ନୁହେଁ ବରଂ ୟୁଜରଙ୍କ ଉଦ୍ଦେଶ୍ୟକୁ ବୁଝି ଆମେ ପେମେଣ୍ଟକୁ ଆହୁରି ସରଳ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ବିଶ୍ୱାସ କରୁ ଯେ ଏହି ବୁଦ୍ଧିମତ୍ତା ହିଁ ଭବିଷ୍ୟତ ଏବଂ ଗୋପନୀୟତା କିମ୍ବା ସୁରକ୍ଷା ସହ ବୁଝାମଣା ନକରି ପ୍ରକୃତ ମୂଲ୍ୟ ପ୍ରଦାନ କରିବାର ଏହା ହେଉଛି ସବୁଠାରୁ ଭଲ ଉପାୟ।”

ମାଇକ୍ରୋସଫ୍ଟ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ସଭାପତି ପୁନୀତ ଚାନ୍ଦୋକ କହିଛନ୍ତି: “ଯେହେତୁ ଅଧିକରୁ ଅଧିକ ଭାରତୀୟ ଡିଜିଟାଲ ସେବା ସହ ଯୋଡ଼ି ହେବା ପାଇଁ ସାଧାରଣ ଭାଷାର ବ୍ୟବହାରକୁ ଆପଣାଉଛନ୍ତି, ଫୋନପେର ଏହି ନୂଆ AI-ପାାର୍ଡ ଅନୁଭୂତି ଡିଜିଟାଲ ପେମେଣ୍ଟକୁ ଆହୁରି ସହଜ ଏବଂ ସୁଲଭ କରିବା ଦିଗରେ ଏକ ଶକ୍ତ ପଦକ୍ଷେପ। ମାଇକ୍ରୋସଫ୍ଟ ଫାଉଣ୍ଡ୍ରି ସେହି ଆବଶ୍ୟକୀୟ କ୍ଷମତା ପ୍ରଦାନ କରିଥାଏ, ଯାହା ଫୋନପେ ଭଳି ନୂତନ ଚିନ୍ତାଧାରା ରଖୁଥିବା ସଂସ୍ଥାକୁ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସୁରକ୍ଷିତ, ବୃହତ ଏବଂ ମାନବ-କେନ୍ଦ୍ରିତ ଉତ୍ପାଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଆମେ ଭାରତର ଡିଜିଟାଲ ଇକୋସିଷ୍ଟମକୁ ବିଶ୍ସନୀୟ AI ମାଧ୍ୟମରେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ, ଯାହା ବିଭିନ୍ନ ସଂସ୍ଥାକୁ ଗ୍ରାହକମାନଙ୍କ ପାଇଁ ଅଧିକ ସରଳ ଏବଂ ଅର୍ଥପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବାରେ ସଶକ୍ତ କରିବ।”

ଏହି ଫିଚର ପର୍ଯ୍ୟାୟକ୍ରମେ ସାରା ଭାରତରେ ୟୁଜରମାନଙ୍କ ପାଇଁ ଉପଲବ୍ଧ ହେବ। ୟୁଜରମାନେ ଫୋନପେ ପେମେଣ୍ଟ ଆପରେ ଥିବା ଗ୍ଲୋବାଲ ସର୍ଚ୍ଚ ବାର, ହେଲ୍ପ ସେଣ୍ଟର ଏବଂ ପୁରୁଣା ଟ୍ରାଞ୍ଜାକସନ ଟ୍ୟାବ ମାଧ୍ୟମରେ ଏହି ସୁବିଧା ପାଇପାରିବେ।

Comments are closed, but trackbacks and pingbacks are open.