ଭାରତରେ ଦୁଇଚକିଆ ଡିଜିଟାଲ ବୀମା କ୍ଷେତ୍ରରେ ଫୋନପେର ଉଲ୍ଲେଖନୀୟ ବୃଦ୍ଧି

102

ଭାରତରେ ଦୁଇଚକିଆ ଯାନର ଡିଜିଟାଲ ବୀମା କ୍ଷେତ୍ରରେ ୬୫%ରୁ ଅଧିକ ଅଭିବୃଦ୍ଧିରେ ଯୋଗଦାନ ଦେଇଛି । କଂପାନି ୭୫ ନିୟୁତରୁ ଅଧିକ ଯାନ ବୀମା ମୂଲ୍ୟ ଏବଂ ବୀମା ଉତ୍ପାଦଗୁଡ଼ିକରେ ୪୦୦ ନିୟୁତ ମୂଲ୍ୟ ସୁବିଧା ମଧ୍ୟ ପ୍ରଦାନ କରିଛି । ଫୋନପେ ସେପ୍ଟେମ୍ବର ୨୦୨୧ରେ ନିଜ ପ୍ଲାଟଫର୍ମରେ ବୀମା ପ୍ରଦାନ କରିବା ଆରମ୍ଭ କରିଥିଲା ଏବଂ ସେହି ପରଠାରୁ ୯ ନିୟୁତରୁ ଅଧିକ ସାମଗ୍ରିକ ପଲିସି ବିକ୍ରି ହୋଇସାରିଛି । ଯେଉଁଥିରୁ ଗତବର୍ଷ ହିଁ କେବଳ ୪ ନିୟୁତ ବିକ୍ରି ହୋଇଛି । ଡିଜିଟାଲ ବଜାର ୨୪% ସିଏଜିଆରରେ ବୃଦ୍ଧି କରୁଛି ଏବଂ ଏହି ବୃଦ୍ଧିର ଏକ ବୃହତ ଅଂଶ ଫୋନପେରୁ ଆସୁଛି । ଫୋନପେ ନୀକଟରେ ସ୍ୱାସ୍ଥ୍ୟବୀମା ପାଇଁ ଏକ ସ୍ୱତନ୍ତ୍ର ମାସିକ ପ୍ରିମିୟମ ଯୋଜନାର ଉନ୍ମୋଚନ କରିଛି । ଏହି ଉଦ୍ୟମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଯଥା ମାସିକ ଦେୟର ସୁବିଧା, କ୍ରେଡିଟ କାର୍ଡ/ଇଏମଆଇ ଉପଭୋକ୍ତାଙ୍କ ବ୍ୟତୀତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରୁଛି । ଏକକାଳୀନ ଦେୟରୁ ବାହାରି ବାସ୍ତବ ମାସିକ ଦେୟ ରହିବା ଫଳରେ ଏହାର ଉପଭୋକ୍ତାଙ୍କ ପାଇଁ ଆର୍ôଥକ ବୋଝ ହ୍ରାସ ପାଇଥାଏ । ଏହା ଉପଭୋକ୍ତାମାନଙ୍କୁ ସଂଚୟ ଉପରେ ଆପୋଷ ବୁଝାମଣା ନକରି, ବର୍ଦ୍ଧିତ ସୁଲଭତା କାରଣରୁ ଅଧିକ ବ୍ୟାପକ ବୀମା କଭରେଜ୍ ଚୟନ କରିବାକୁ ମଧ୍ୟ ସଶକ୍ତ କରିଥାଏ । ଏହାବ୍ୟତୀତ, ଉପଯୁକ୍ତ କଭରେଜ୍ ଚୟନ କରିବାରେ ସ୍ୱଚ୍ଛତା ହାରାହାରି ଟ୍ରାଞ୍ଜାକସନ୍ ଆକାର (ଏଟିଏସ୍‌) ରେ ପ୍ରତିଫଳିତ ହୋଇଛି ।

ଏହି ମାଇଲଖୁଂଟ ବିଷୟରେ ମନ୍ତବ୍ୟ ଦେଇ ଫୋନପେ ଇନ୍ସୁରାନ୍ସର ସିଇଓ ବିଶାଲ ଗୁପ୍ତା କହିଛନ୍ତି, “ଫୋନପେର ଅଭିନବ ଦୃଷ୍ଟିକୋଣ ଏବଂ ଗ୍ରାହକ କେନ୍ଦ୍ରିତ ସମାଧାନ ଡିଜିଟାଲ ବୀମା କ୍ଷେତ୍ରର ଦୃଶ୍ୟକୁ ନୂଆ ଆକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଫୋନପେ ଭାରତରେ ବୀମା କ୍ରୟ ଅଭିଜ୍ଞତାକୁ ପରିବର୍ତନ କରୁଛି । ସ୍ୱାସ୍ଥ୍ୟ ବୀମା ପାଇଁ ଆମର ମାସିକ ପ୍ରିମିୟମ ପ୍ଲାନ ହେଉଛି ଅଭିନବ, ଗ୍ରାହକ-ଅନୁକୂଳ ସମାଧାନ ପ୍ରଦାନ ପାଇଁ ଆମର ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ ଯାହା ଆଧୁନିକ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରକୃତରେ ପୂରଣ କରେ । ଫୋନପେକୁ ଯାହା ଅଲଗା କରିଥାଏ ତାହା ହେଉଛି ଶିଳ୍ପ ନେତୃବୃନ୍ଦଙ୍କ ସହ ଏହାର ରଣନୈତିକ ଭାଗିଦାରୀ, ଯାହା ଏହାର ବିସ୍ତାରିତ ଗ୍ରାହକ ଭିତିଭୂମି ପାଇଁ ସହ-ନିର୍ମିତ ଅଫର ସୃଷ୍ଟି କରିବା ପାଇଁ ଗଭୀର ଦକ୍ଷତା ଆଣିଥାଏ । ଏହି ଭାଗିଦାରୀ କେବଳ ଫୋନପେ ଉପରେ ଶିଳ୍ପର ବିଶ୍ୱାସକୁ ପ୍ରତିଫଳିତ କରେ ନାହିଁ ବରଂ ଗ୍ରାହକଙ୍କ ଯାତ୍ରାକୁ ବଢ଼ାଇବା ଏବଂ ସରଳ କରିବା ଦିଗରେ ଏହା କରିଥିବା ପ୍ରୟାସକୁ ମଧ୍ୟ ସୂଚାଉଛି ।”

Comments are closed, but trackbacks and pingbacks are open.