ଭୁବନେଶ୍ୱର: ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ହେଉଛି ଏକ ପ୍ରମୁଖ ଭାରତୀୟ ବହୁଦେଶୀୟ ସଂସ୍ଥା ଯାହା ଇପିସି ପ୍ରକଳ୍ପ, ହାଇ-ଟେକ୍ ମାନୁଫାକ୍ଚରିଂ ଓ ସେବାରେ ନିୟୋଜିତ ରହିଥିବା ବେଳେ ଦେଶବିଦେଶରେ ଉଲ୍ଳେଖନୀୟ ଭିତିଭୂମି ଗଠନ କରିବାରେ ଅନେକ ମାଇଲଖୁଂଟ ହାସଲ କରିଛି ।
ଓଡ଼ିଶାରେ ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍, ଗବେଷଣା କେନ୍ଦ୍ର, କ୍ରୀଡ଼ା ଷ୍ଟାଡିୟମ୍ ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ବ୍ୟବସ୍ଥା ବିକାଶରେ ଏଲ୍ଆଣ୍ଡ୍ଟି ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ।
ନିର୍ଦିଷ୍ଟ କ୍ରୀଡ଼ା ଭିତିଭୂମି ଗଠନ କରିବା ଲାଗି ନିଜର ବିଶେଷତା ଓ ଅଭିଜ୍ଞତାକୁ ଆଣି ଏଲ୍ଆଣ୍ଡ୍ଟି ନିକଟରେ ଓଡ଼ିଶାର ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ହସ୍ତାନ୍ତର କରିଛି ଯେଉଁଠାରେ ଚଳିତ ମାସରୁ ଆରମ୍ଭ ହୋଇଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ର ପଂଚଦଶ ସଂସ୍କରଣକୁ ମିଳିତ ଭାବେ ଏବେ ଆୟୋଜନ କରାଯାଉଛି । ୨୧,୦୦୦ ସିଟ୍ ବିଶିଷ୍ଟ ବିଶ୍ୱର ଏହି ସର୍ବବୃହତ ହକି ଷ୍ଟାଡିୟମ୍କୁ ସମସ୍ତ ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରି ରେକର୍ଡ ୧୫ ମାସରେ ନିର୍ମାଣ କରାଯାଇଛି । ୫୦ ଏକର ଜମିରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ୍ରେ ଏକ ମୁଖ୍ୟ ଖେଳ ପଡ଼ିଆ, ଏକ ଅଭ୍ୟାସ ପଡ଼ିଆ, ଅଭ୍ୟାସ ଓ ଫିଟ୍ନେସ୍ କେନ୍ଦ୍ର, ଅତ୍ୟାଧୁନିକ ଖେଳାଳି ପୋଷାକ ପରିବର୍ତନ କକ୍ଷ, ଏକ ହାଇଡ୍ରୋଥେରାପି କେନ୍ଦ୍ର, ଷ୍ଟିମ୍ କକ୍ଷ, ସଉନା ଏବଂ ଆହୁରି ବହୁତ କିଛି ରହିଛି ।
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ର ମୁଖ୍ୟାଂଶ:
– ସମ୍ପୂର୍ଣ୍ଣ ସିଟ୍ର ବ୍ୟବସ୍ଥା ଥିବା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ୍
– ଷ୍ଟାଡିୟମ୍କୁ ସମ୍ପୂର୍ଣ୍ଣ ରୂପେ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ରେ ତିଆରି କରାଯାଇଛି ଏବଂ ଷ୍ଟାଣ୍ଡ୍ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଆଲୁମିନିୟମ୍ କମ୍ପୋଜିଟ୍ ପ୍ୟାନେଲ୍ରେ ଘୋଡ଼ାଯାଇଥିବା ବେଳେ ପ୍ରାକୃତିକ ଆଲୋକ ଆସିବା ଏବଂ ବାୟୁ ପ୍ରବାହରେ ସହାୟକ ହେବା ଭଳି ବ୍ୟବସ୍ଥା କରାଯାଇଛି
ଚା ଏକ ମୁଖ୍ୟ ଖେଳ ପଡ଼ିଆ, ଏକ ଅଭ୍ୟାସ ପଡ଼ିଆ, ଖେଳାଳିଙ୍କ ପୋଷାକ ପରିବର୍ତନ କକ୍ଷ ସମେତ ଫିଟ୍ନେସ୍ କେନ୍ଦ୍ର, ଏକ ହାଇଡ୍ରୋଥେରାପି କେନ୍ଦ୍ର, ହଟ୍ ଆଣ୍ଡ୍ କୁଲ୍ ପ୍ଲଙ୍ଗ୍ ପୁଲ, ଷ୍ଟିମ୍ ରୁମ୍, ସଉନା ଏବଂ ବହୁତ କିଛି ସୁବିଧା ସୁଯୋଗ ରହିଛି ।
ଚା ଏହାର ସ୍ଥାପତ୍ୟ ଡିଜାଇନ୍ ଏଭଳି ହୋଇଛି ଯେ ପ୍ରତି ଦର୍ଶକ ନିବରଚ୍ଛିନ୍ନ ଭାବେ ଖେଳକୁ ଉପଭୋଗ କରିପାରିବେ
ଚା ୧୦୦ରୁ ଅଧିକ ଦିବ୍ୟାଙ୍ଗ ପାଇଁ ସାର୍ବଜନୀନ ବ୍ୟବସ୍ଥା ରହିଛି
ଚା ଏଫ୍ଆଇଏଚ୍ ଦ୍ୱାରା ମଂଜୁରୀପ୍ରାପ୍ତ ଜର୍ମାନିରୁ ଆମଦାନି ହୋଇଥିବା ଅଷ୍ଟ୍ରୋଟର୍ଫ ଏବଂ ସ୍ପେନ୍ର ସଉନା ବ୍ୟବସ୍ଥା ରହିଛି
ଚା ଏହି ନୂଆ ଆନ୍ତର୍ଜାତିକ କ୍ରୀଡ଼ା ସ୍ଥଳକୁ ତିଆରି କରିବାରେ ସାରା ଦେଶର ଶ୍ରମିକ ନିୟୋଜିତ ହୋଇଥିଲେ
“ବିଶ୍ୱକପ୍ ସମୟରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ କାର୍ଯ୍ୟକୁ ସମ୍ପନ୍ନ କରିବା ଲାଗି ଓଡ଼ିଶା ସରକାରଙ୍କ ରହିଥିବା ଆବଶ୍ୟକତାକୁ ପୂରଣ କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ ଓ ଉଲ୍ଲସିତ । ଭିତିଭୂମି ବିକାଶ ପ୍ରତି ଏଲ୍ଆଣ୍ଡ୍ଟିର ନିରନ୍ତର ଉଦ୍ୟମ ହେଉଛି ଭାରତର ବିଶ୍ୱାସନୀୟ ନିର୍ମାଣ ସହଯୋଗୀ ଭାବେ କଂପାନିର ରହିଥିବା ଭରସାଯୋଗ୍ୟତା ବୋଲି ଶ୍ରୀ ସତୀଶ କହିଛନ୍ତି ।
ଓଡ଼ିଶାର ବିକାଶ ପ୍ରତି ଏଲ୍ଆଣ୍ଡ୍ଟିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ
ବିଗତ ବର୍ଷଗୁଡ଼ିକରେ ଏଲ୍ଆଣ୍ଡ୍ଟି ପକ୍ଷରୁ ଓଡ଼ିଶାରେ ସଫଳତାର ସହ ବହୁ ସଂଖ୍ୟାର ଉଲ୍ଲେଖନୀୟ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି । ଭୁବନେଶ୍ୱରରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ (ନାଇଜର)ଠାରୁ ଆରମ୍ଭ କରି ଏମ୍ସରେ ହସ୍ପିଟାଲ୍ ପରିସର, ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ, କଳାହାଣ୍ଡି ୟୁଆଇଆଇପିରେ ଉଠା କେନାଲ ବ୍ୟବସ୍ଥା ପର୍ଯ୍ୟନ୍ତ ରାଜ୍ୟର ଭିତିଭୂମି ବିକାଶରେ ଏଲ୍ଆଣ୍ଡ୍ଟି ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି ।
କିଛି ବର୍ଷରେ ଏଲ୍ଆଣ୍ଡ୍ଟିର ବିଦ୍ୟୁତ୍ ବିତରଣ ଓ ବଂଟନ ବ୍ୟବସାୟ ପକ୍ଷରୁ ବିଭିନ୍ନ ସ୍କିମ୍ ଯଥା ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ପ୍ରକଳ୍ପ (ଓଡିଏସ୍ଏସ୍ପି), ରାଜ୍ୟ ରାଜଧାନୀ ଅଂଚଳରେ ବିଦ୍ୟୁତ୍ ବ୍ୟବସ୍ଥାରେ ଉନ୍ନତି (ଏସ୍ସିଆର୍ଆଇପିଏସ୍), ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା (ଡିଡିୟୁଜିଜେୱାଇ) ଏବଂ ସମନ୍ୱିତ ବିଦ୍ୟୁତ୍ ବିକାଶ ସ୍କିମ୍ (ଆଇପିଡିଏସ୍)ର ବିଭିନ୍ନ ପର୍ଯ୍ୟାୟରେ ବହୁ ପ୍ୟାକେଜ୍କୁ କାର୍ଯ୍ୟକାରୀ କରି ଓଡ଼ିଶାର ବିତରଣ ବ୍ୟବସ୍ଥାକୁ ଏହା ସୁଦୃଢ଼ ଓ ବିପର୍ଯ୍ୟୟ ପ୍ରତିରୋଧୀ କରିପାରିଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.