ଭୁବନେଶ୍ୱର – ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ମାନରେ ପରିବର୍ତ୍ତନ ପାଇଁ ସରକାର ଓମ୍ଫେଡ୍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି ।
ସରକାରଙ୍କଠାରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଥିଲା । । ପୂର୍ବରୁ ଓମ୍ଫେଡ୍ ପ୍ରିମିୟମ୍ ଓ ଗୋଲ୍ଡ୍ ପ୍ରିମିୟମ୍ କ୍ଷୀରର ଲିଟର ପିଛା ଦର ୪୦ ଟଙ୍କା ଥିଲା । ଏଣିକି ତାହା ୪୪ ଟଙ୍କାରେ ବିକ୍ରି ହେବ ।