ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୧୯ ଉଦଘାଟିତ
ଭୁବନେଶ୍ୱର ଗତ ୧୫ ବର୍ଷଧରି ଓଡ଼ିଶା ବିଶ୍ୱର ପ୍ରମୁଖ ୩ଟି ନିବେଶ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ ରହିଆସିଛି – ନବୀନ ପଟ୍ଟନାୟକ
ଭୁବନେଶ୍ୱର: ହୋଟେଲ୍ ମେଫେୟାର କନ୍ଭେନ୍ସନ୍ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଅକ୍ଟୋବର ୧୪-୨୦ ତାରିଖ ପର୍ଯ୍ୟନ୍ତ ହୋବକୁଥିବା ଏହି ସାତ ଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ଅଂଶୀଦାରଙ୍କ ପାଖରେ ପହଂଚିବା ଲାଗି ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଆଇଟିବି ବର୍ଲିନ, ଡବ୍ଲୁଟିଏମ ଲଣ୍ଡନ, ଜିଆଇଟିବି ଜୟପୁର ଭଳି ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପର୍ବ ଓଡ଼ିଶା ଟ୍ରାଭେଲ୍ ବଜାର ସହ ପରିସମାପ୍ତି ହେବ।
ଓଡ଼ିଶା ଟ୍ରାଭେଲ୍ ବଜାରକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଶ୍ୱରେ ଭ୍ରମଣ ଏବଂ ପର୍ଯ୍ୟଟନ ସବୁଠାରୁ ଦୃତ ଅଭିବୃଦ୍ଧିଶୀଳ ବିଭାଗ ରୂପେ ପରିଗଣିତ ହୋଇପାରିଛି ଏବଂ ଗତ କିଛି ଦଶନ୍ଧିଧରି ଏହା ଆନ୍ତର୍ଜାତୀକ ପର୍ଯ୍ୟଟନକୁ ମଧ୍ୟ ସଂପ୍ରସାରିତ ହୋଇପାରିଛି। ଭାରତରେ ଉଭୟ ଘରୋଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିପାରିଛି। ମୋଟାମୋଟି କହିବାକୁଗଲେ ଗତ ୧୫ ବର୍ଷଧରି ଓଡ଼ିଶା ବିଶ୍ୱର ପ୍ରମୁଖ ୩ଟି ନିବେଶ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ ରହିଆସିଛି। ଯାହାକି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟର ଅଭିବୃଦ୍ଧିଶୀଳ ଅର୍ଥନିତୀରେ ଏହାର ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଆସିଛି। ରାଜ୍ୟରେ ପର୍ଯ୍ୟଟକଙ୍କ ଆଗମନ ୯% ବଢିଥିବାବେଳେ ଯାହାକି ବିଶ୍ୱସ୍ତରୀୟ ଅଭିବୃଦ୍ଧି ହାରୁ ୪% ଅଧିକ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଜଙ୍ଗଲ ବିଭାଗ ସହିତ ମିଳିତହୋଇ ପର୍ଯ୍ୟଟନ ଅନୁକୂଳ ପରିବେଶ ଯୋଗାଇଦେବା ସହିତ ରାଜ୍ୟର ସମୂଦାୟ ୩୭% ଜଙ୍ଗଲ ଦ୍ୱାରା ପରିବେଷ୍ଠିତ ହୋଇପାରିଛିବୋଲି ମୁଁ ଅତ୍ୟନ୍ତ ଖୁସି। ଓଡ଼ିଶାର ବିଶ୍ୱପ୍ରଶିଦ୍ଧ କଳା, ମନ୍ଦିର କାରୁକାର୍ଯ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାର ପର୍ଯ୍ୟଟନକୁ ବିକାଶ କରିବାରେ ସହାୟକ ହୋଇପାରିଛି। ରାଜ୍ୟ ଦ୍ୱାରା ପରିଚାଳିତ କେତେକ ପ୍ରମୁଖ ଖେଳ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କ ଆଗମନକୁ ପ୍ରୋତ୍ସାହିତ କରିଥିବାବେଳେ ଖେଳ ପର୍ଯ୍ୟଟନ ବହୁଳ ମାତ୍ରାରେ ବିକଶିତ ହୋଇପାରିଛି। ସର୍ବୋକୃଷ୍ଟ ଖେଳ ପ୍ରୋତ୍ସାହନ ପାଇଁ ହିନ୍ଦୁ ଗ୍ରୁପ୍ ତଥା ଯୁବ ଏବଂ କ୍ରୀଡ଼ା ବ୍ୟାପାର ମନ୍ଦ୍ରଣାଳୟ (ଏମୱାଇଏଏସ୍) ଏବଂ ସିଆଇଆଇ ଦ୍ୱାରା ଓଡ଼ିଶା ଏକ ଉକ୍ତୃଷ୍ଟ ରାଜ୍ୟ ରୂପେ ପରିଗଣିତ ହୋଇପାରିଛି। ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଆନ୍ତର୍ଜାତୀକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରକୁ ଆନ୍ତର୍ଜାତୀକ ବିମାନ ବନ୍ଦର ସୁବିଧା ପ୍ରଦାନ କରାଯାଇଥିବା ସହିତ ନିକଟରେ ଝାରସୁଗୁଡ଼ାରେ ଏକ ବ୍ୟବସାୟିକ ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଛି।”
ଏହି ଅବସରରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ଏହି ସମ୍ମେଳନରେ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସହ ପରିଚିତ କରାଇବା ଲାଗି ଟୁର୍ ଅପରେଟରମାନଙ୍କୁ ପରିଦର୍ଶନରେ ନିଆଯିବ। ଅକ୍ଟୋବର ୧୮-୨୦ ତାରିଖ ତିନି ଦିନ ପର୍ଯ୍ୟନ୍ତ ବାୟର-ସେଲର ମିଟ୍ (କ୍ରେତା ବିକ୍ରେତା ସମ୍ମିଳନୀ) ଆୟୋଜନ କରାଯିବ। ଏହି ତିନି ଦିନରେ କ୍ରେତା ବିକ୍ରେତାଙ୍କୁ ନେଇ ପାଖାପାଖି ୨୪୦୦ ବି୨ବି ବୈଠକ ବିକ୍ରେତାଙ୍କ ବୁଥ୍ରେ ଆୟୋଜନ କରିବାକୁ ଆଗୁଆ ସ୍ଥିର କରାଯାଇଛି।’
ସେହିପରି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି ଯେ, ଦେଶର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ନୀତି ଓଡ଼ିଶାର ରହିଛି । ଆମେ ପର୍ଯ୍ୟଟନ କ୍ଷେତ୍ର ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅନେକ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରୁଛୁ। ଓଡ଼ିଶା ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ୱର୍ଗ। ଆମେ ଏହାକୁ ଦେଶର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।’
ଏହି ଅବସରରେ ଫିକି ପକ୍ଷରୁ ଏହାର ପୂର୍ବତ୍ତନ ଅଧ୍ୟକ୍ଷ, ଜ୍ୟୋସ୍ନା ସୂରୀ କହିଛନ୍ତି ଯେ, ଗତ ବର୍ଷ ରାଜ୍ୟ ତରଫରୁ ଆୟୋଜନ କରାଯାଇଥିବା ସ୍ୱତନ୍ତ୍ର ଆନ୍ତର୍ଜାତୀକ କ୍ରୀଡ଼ା ମାଧ୍ୟମରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ପାଇଛି। ଭାରତର ଅଗ୍ରଣୀ ଟୁର ଅପରେଟର, ଭ୍ରମଣ ଲେଖକ, ଆନ୍ତର୍ଜାତୀକ ବିମାନ କମ୍ପାନୀମାନେ ମଧ୍ୟ ଓଡ଼ିଶାରେ ନିବେଶ କରିବା ପାଇଁ ନିଜର ଆଗ୍ରହ ଦେଖାଇଛନ୍ତି।’
ଏହି ଉଦ୍ଘାଟନୀ ସମାରୋହ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସୌଭାଗ୍ୟ ମହାପାତ୍ର, ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ, ଶ୍ରୀ ଜେ.କେ ମହାନ୍ତି, ଫିକି ନ୍ୟାସନାଲ ଟ୍ୟୁରିଜିମ୍ କିମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ଗ୍ରୁପର ସିଏମଡ଼ି, ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ଶ୍ରୀ ସଚିନ୍ ଜଗଦେବ, ନିର୍ଦ୍ଦେଶକ, ଓଡ଼ିଶା ସରକାର ପ୍ରମୁଖ ଉପସ୍ଥିତ ରହିଥିଲେ।