ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଦ୍ୱାରା ପୂଜା ଛୁଟି ପରେ ପୁଣି ସ୍କୁଲ ଏବଂ କଲେଜ ଗୁଡିକୁ ଯାତ୍ରାର ଆରମ୍ଭ ହୋଇଛି । ଗତ ୩ଦିନ ମଧ୍ୟରେ ଯାତ୍ରା ପକ୍ଷରୁ ୪ଟି ଜିଲ୍ଲାରେ ୬ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୬ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୪୯୧ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୭୩ଟି ଆଇଡିଆ ସଂଗ୍ରହ କରିଛି ।

ଚଳିତ ସପ୍ତାହରେ ଜଗତସିଂହପୁର ଓ ବୌଦ୍ଧ ଜିଲ୍ଲାରେ ୨ଟି ଲେଖାଏଁ ବୁଟ୍ କ୍ୟାମ୍ପ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗୋଟିଏ ଲେଖାଏଁ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଛି । ବୁଧବାର ଯାତ୍ରାର ୩୧ତମ ଦିବସ ଅବସରରେ ବୌଦ୍ଧସ୍ଥିତ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ଓ ଖୋର୍ଦ୍ଧାର ଏଏସବିଏମ କଲେଜରେ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ବଢ଼ାଇ ତୃଣମୂଳ ସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର ୨ ତାରିଖ (ଗୁରୁବାର) ଦିନ ଡ୍ରିମ୍ସ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ (ସୋନପୁର)ରେ ବୁଟକ୍ୟାମ୍ପ ଆୟୋଜନ କରିବ।
Comments are closed, but trackbacks and pingbacks are open.