ଭୁବନେଶ୍ୱର – ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍ର ନାଁ ବଦଳିବ । ଏହାର ନାମକୁ ଲୋକସେବା ଭବନ କରାଯିବ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି ।
ହୋମ୍ ଆଣ୍ଡ ଜେନେରାଲ୍ ଆଡମିନଷ୍ଟ୍ରେସନ୍ର ବଜେଟ ଉପସ୍ଥାପନା ସମୟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି ସମୟରେ ସେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରେ ଥିବା କଥା ପ୍ରକାଶ କରିଛନ୍ତି । ମାଓବାଦୀ ଜନିତ ସମସ୍ୟାରେ ସୁଧାର ଆସିଥିବା କଥା ପ୍ରକାଶ କରିଛନ୍ତି ।