ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ

0 3,499

ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍‌ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନଥିଲା । ସେ ଟ୍ରେନରେ ଘରକୁ ଆସିଥିଲେ । ଭୁବନେଶ୍ୱରେ ଘରେ ପହଞ୍ଚିବା ପରେ ତାଙ୍କୁ ପ୍ରବଳ ଜର ହୋଇଥିଲା। ତାଙ୍କ ରକ୍ତ ପରୀକ୍ଷାରୁ ତାଙ୍କୁ ଟାଇଫଏଡ୍‌ ହୋଇଥିବା ତାଙ୍କ ଭଉଣୀ ପ୍ରକାଶ କରିଛନ୍ତି ।

ପରେ ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ କରୋନା ବାହାରିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ତାଙ୍କୁ ରବିବାରରେ ଘରକୁ ନେବା ପାଇଁ ଡାକ୍ତର କହିଥିବା ତାଙ୍କ ଭଉଣୀ ଅଭିଯୋଗକରିଛନ୍ତି।

ଏବେ କରୋନା ଆକ୍ରାନ୍ତଙ୍କ ପରିଚୟ ଗୁପ୍ତ ରଖିବା ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ ମୁଖପାତ୍ର ସୁବ୍ରତ ବଗଚୀ ପରାମର୍ଶ ଦେଇଛନ୍ତି।

Leave A Reply