ଜମ୍ମୁ କାଶ୍ମୀରରେ ଓଡିଆ ଜବାନ ସହିଦ

0 1,398

ଶ୍ରୀନଗର . – ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇତିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ ।
କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କର ମୁକାବିଲା କରିବା ସମୟରେ ଅଜିତ୍‌ ସହିଦ ହୋଇଛନ୍ତି । ଏଥିରେ ଜଣେ ମେଜର କେତନ ଶର୍ମା ଘଟଣାସ୍ଥଳରେ ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଜିତ୍‌ଙ୍କର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ସେନା ପକ୍ଷରୁ ଅଜିତଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ସୂଚନା ଦିଆଯାଇଛି ।

Leave A Reply