ଭୁବନେଶ୍ୱର – ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ । ଏଥିପାଇଁ ଆବେଦନକାରୀ ନିଜ ତରଫରୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ।

ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଜାତି ତଥା ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।