ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଓମିକ୍ରନ୍କୁ ନେଇ ଭୟ କରିବାର କୌଣସି କାରଣ ନାହିଁ ଏବଂ ଟୀକା ଉପରେ ଏହା କେତେ ପ୍ରଭାବୀ ରହିବ, ସେ ବିଷୟରେ ଗବେଷଣା ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।
ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଲେ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ପକ୍ଷରୁ ତଥ୍ୟ ଆସିଲେ ଉଚିତ ପଦକ୍ଷେପ ନିଆଯିବ । ସମସ୍ତେ କେବଳ ସତର୍କ ରହିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।