ନୋ ମାସ୍କ ନୋ ପେଟ୍ରୋଲ
ଭୁବନେଶ୍ୱର – ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ସରକାରଙ୍କର ଏହି ନିୟମକୁ ସମର୍ଥନ କରିବା ସହ ସହଯୋଗର ହାତ ବଢ଼ାଇଛି ରାଜ୍ୟ ପେଟ୍ରୋଲ୍ ପମ୍ପ୍ ମାଲିକ ସଂଘ । ତେଣୁ ପେଟ୍ରୋଲ ପମ୍ପକୁ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ଯିବା ସମୟରେ ମାସ୍କ ପିନ୍ଧି ଯିବାକୁ ପଡିବ। ଯେଉଁ ମାନେ ମାସ୍କ ନ ପିନ୍ଧି ଆସିବେ ସେମାନଙ୍କୁ ପେଟ୍ରୋଲ ଦିଆ ଯିବ ନାହିଁ ।
ନୋ ମାସ୍କ, ନୋ ପେଟ୍ରୋଲ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସଙ୍ଘ ପକ୍ଷରୁ ସମସ୍ତ ପେଟ୍ରୋଲ୍ ପମ୍ପକୁ ନିର୍ଦ୍ଦେଶ ଦିଆଯାଇଛି ।