ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ

0 96

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ ରଖାଯାଇଛି । ଏହା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ।

ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ ପ୍ରକ୍ରିୟା ଆସନ୍ତାବର୍ଷ ମେ’ ମାସ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ବିରଳ ସାମୁଦ୍ରିକ କଇଁଛଙ୍କର ସ୍ୱାଭାବିକ ଜୀବନଯାତ୍ରା ଯେଭଳି ବ୍ୟାଘାତ ନହୁଏ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବନ୍ୟପ୍ରାଣୀ ଡିଭିଜନ ସୂଚନା ଦେଇଛି ।

Leave A Reply