ଭୁବନେଶ୍ୱର – ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଥିବାବେଳେ ଅଧିକ ବର୍ଥ ସୃଷ୍ଟିକରି ଯାତ୍ରୀମାନଙ୍କୁ ଯାତ୍ରା ସହାୟତା ଦିଆଯାଉଛି।
ଏଥର ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ମାର୍ଗଦେଇ ବିଶାଖାପାଟନା ଓ ସୁବେଦାର ଗଞ୍ଜ(ଆହ୍ଲାବାଦ୍) ଷ୍ଟେସନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇଛି। ଗତ ୮ତାରିଖରୁ ୨୧ତାରିଖ ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ। ଏହା ରାଜ୍ୟର ପ୍ରାୟ ଅଧିକାଂଶ ଷ୍ଟେସନରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।
Sign in
Sign in
Recover your password.
A password will be e-mailed to you.