କେନ୍ଦ୍ର ସରକାର ଓ.ଟି.ଟି. – ଓଭର ଦି ଟପ୍ ପ୍ଲାଟ୍ଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି କରାଯିବ । ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ସୂଚନା ଅନୁସାରେ ସବୁ ସେବା ପ୍ରଦାନକାରୀ ସଂସ୍ଥାକୁ ଗୋଟିଏ ଅଭିଯୋଗ ସେଲ୍ ଗଠନ କରିବାକୁ ହେବ ।
ସେମାନେ ୧୫ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରିବାପାଇଁ ପ୍ରୟାସ କରିବେ । ସେହିଭଳି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି, ଓ.ଟି.ଟି. ପ୍ଲାଟ୍ଫର୍ମ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଏଥିପାଇଁ ୩ ସୋପାନ ଯାଞ୍ଚ୍ ବ୍ୟବସ୍ଥା ରହିବ । ସେହିଭଳି ଶିଶୁଙ୍କ ପାଇଁ ଚାଇଲ୍ଡ୍ ଲକ୍ ସିଷ୍ଟମ୍ ରହିବ