ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

0 427

ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା୨୦୧୮ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଯେତେବେଳେ ନୀରଜ ଚୋପ୍ରା ପଡିଆରେ ଥା’ନ୍ତି, ତାଙ୍କଠାରୁ ଉତ୍ତମ ଆଶା କରାଯାଏ । ଏହି ଯୁବତାରକା ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ପଦକ ହାସଲ କରି ଭାରତକୁ ଅଧିକ ଖୁସି କରାଇପାରିଛନ୍ତି । ଆଉ ଏକ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାରୁ ଆମେ ତାଙ୍କୁ ଅଭିନନ୍ଦନ ଜଣାଉଛୁ” ।

Leave A Reply