ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ
ମହିଳାଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଅସାଧାରଣ କାର୍ୟ୍ୟ ପାଇଁ ପ୍ରଦାନ କରାଯିବ ପୁରସ୍କାର
ନୂଆଦିଲ୍ଲୀ– ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆବେଦନ ପତ୍ର ଆହ୍ୱାନ କରିଛନ୍ତି । ଏହି ପ୍ରତିଷ୍ଠିତ ପୁରସ୍କାର ସେହି ଅସାଧାରଣ ମହିଳାମାନଙ୍କୁ ଏବଂ ସଂଗଠନଗୁଡିକୁ ପ୍ରଦାନ କରାଯାଏ ଯେଉଁମାନେ ମହିଳା ସଶକ୍ତିକରଣ ପାଇଁ ଅବରିତ ଭାବେ କାର୍ୟ୍ୟ କରିଥାନ୍ତି ।
ପ୍ରତିବର୍ଷ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଏହି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ୧୯ ବର୍ଷରେ ପଦାର୍ପଣ କରିଥିବା ଏହି ପୁରସ୍କାର, ସମାଜରେ ମହିଳାମାନଙ୍କର ଉତ୍କୃଷ୍ଟ ଯୋଗଦାନକୁ ପ୍ରାଧାନ୍ୟ ଦେଇଥାଏ । ଯେଉଁମାନେ ନିଜ ପାଇଁ ଏକ ପ୍ରତିଷ୍ଠିତ ସ୍ଥାନ ସୃଷ୍ଟି କରିଥାନ୍ତି ଏବଂ ମହିଳାମାନଙ୍କର ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିଥାନ୍ତି ସେହି ଲୋକମାନଙ୍କୁ ଏହି ପୁରସ୍କାର ଗୁରୁତ୍ୱ ଦେଇଥାଏ ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ ୧୯୯୯ରେ ନାରୀଶକ୍ତି ପୁରସ୍କାର ଆରମ୍ଭ କରାଯାଇଥିଲା । ଉତ୍ସାହୀ ମହିଳା ଆଚିଭର୍ସଙ୍କ ଏକ ବ୍ୟାପକ ଡାଟାବେସ ସଂଗ୍ରହ କରାଯାଇଛି ଯେଉଁମାନେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ନୂତନ କ୍ଷେତ୍ରଗୁଡିକ ଉପରେ କାର୍ୟ୍ୟ କରିବା ସହିତ ସମାଜ ପ୍ରତି ଅତୁଳନୀୟ ଅବଦାନ କରିଛନ୍ତି । ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଉତ୍ଥାନ ପାଇଁ ସମାଜରେ ଅସାଧାରଣ କାର୍ୟ୍ୟ କରିଥିବା ସଂଗଠନଗୁଡିକୁ ପଞ୍ଜିକରଣ କରିବା ପାଇଁ ନିଦେବନ କରିଛୁ ।
୨୦୧୮ର ନାରୀ ଶକ୍ତି ପୁରସ୍କାର ପଞ୍ଜିକରଣ ପାଇଁ ୩୧ ଅକ୍ଟୋବର ୨୦୧୮ ପର୍ୟ୍ୟନ୍ତ ସମୟସୀମା ଧାର୍ୟ୍ୟ କରାଯାଇଛି । ଯେଉଁମାନେ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ସେମାନେ ନିଜର ବିବରଣୀ ଉପ ସଚିବ (ଡଊ ଌ ଓଉ), ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, କୋଠରି ସଂଖ୍ୟା- ୬୩୨, ୬ଷ୍ଠ ମହଲା, ଶାସ୍ତ୍ରୀ ଭବନ, ନୂଆଦିଲ୍ଲୀ – ୧୧୦୦୦୧.
ଆବେଦକମାନଙ୍କୁ http://www.wcd.nic.in/awardକୁ ଯାଇ ପୁରସ୍କାରଗୁଡିକର ନିୟମାବଳୀକୁ ପଢିବା ପାଇଁ ଅନୁରୋଧ କରାଯାଉଛି ।
ପୁରସ୍କାରଗୁଡିକ ପାଇଁ ସ୍ୱନାମାଙ୍କନ ଉପରେ ମଧ୍ୟ ବିଚାର ବିମର୍ଷ କରାଯାଉଛି । ଚୟନ କମିଟି ସ୍ୱ-ବିବେକ ଆଧାରରେ ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟଗୁଡିକ ଦ୍ୱାରା ପଠାଯାଇଥିବା ନାମଗୁଡିକ ବ୍ୟତୀତ ଅନ୍ୟ ନାମଗୁଡିକ ଉପରେ ବିଚାର କରିବାର ବ୍ୟବସ୍ଥା କରାଯାଉଛି ।
ଏକ ଚୟନ କମିଟି ପୁରସ୍କାର ପାଇଁ ପ୍ରାପ୍ତ ନାଁ ଗୁଡିକର ନିରୀକ୍ଷଣ କରି ଚୟନ କରିବେ । ଏହି କାର୍ଯ୍ୟ ପାଇଁ ଗଠିତ ଚୟନ କମିଟି ସେହି ବ୍ୟକ୍ତି ଏବଂ ସଂଗଠନଗୁଡିକର ଉପଲବ୍ଧି ଉପରେ ବିଚାର କରିବେ ଯାହାଙ୍କର ନାମ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇଥିବ । ଏହି ପୁରସ୍କାର ବିଜେତାମାନଙ୍କର ଚୟନ କରିବା ପାଇଁ ସେମାନଙ୍କ ଦ୍ୱାରା କରାଯାଇଥିବା ଅସାଧାରଣ କାର୍ଯ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ପ୍ରଦାନ କରାଯିବ ।
ପୁରସ୍କାରର ଅନ୍ତିମ ବିଜେତାମାନଙ୍କର ଚୟନ ଏକ ରାଷ୍ଟ୍ରୀୟ ଚୟନ କମିଟି ଦ୍ୱାରା କରାଯିବ । ସ୍କ୍ରିନିଂଗ କମିଟି ଦ୍ୱାରା ଚୟନିତ ନାମଗୁଡିକ ଉପରେ ବିଚାର କରିବ ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ରାଷ୍ଟ୍ରୀୟ ବିକାଶର ଏକ ଅଭିନ୍ନ ଅଙ୍ଗ ଭାବେ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ନିଜ ପ୍ରତିଶୃତିବଦ୍ଧତାକୁ ବଜାୟ ରଖିଛି । ମନ୍ତ୍ରଣାଳୟ ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କର ଅଦମ୍ୟ କ୍ଷମତାଗୁଡିକୁ ମଧ୍ୟ ନମସ୍କାର କରୁଛି ଯାହା ଆଗାମୀ ପିଢି ପାଇଁ ମାର୍ଗ ଦର୍ଶନ କରିବ ।