ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାରମ୍ପରୀକ ରୀତିମତେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଆରମ୍ଭ ହୋଇଛି ।

0 76

ଶ୍ରୀମନ୍ଦିର ପରିସରରେ ଥିବା ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାପାଇଁ ପୁରୀରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାରମ୍ପରୀକ ରୀତିମତେ ଶ୍ରୀମନ୍ଦିରରେ ଆଜିଠାରୁ ନନ୍ଦୋତ୍ସବ ଆରମ୍ଭ ହୋଇଛି । ଠାକୁରମାନଙ୍କର ସକାଳ ଧୂପନୀତି ଶେଷହେବା ପରେ ସୁଭଦ୍ରା ଓ ଲକ୍ଷ୍ମୀଙ୍କ ବାଡରେ ଷଠୀ ଏକାଦଶୀ ପୂଜା କରାଯିବା ସହ
ସାତପାହାଚଠାରେ ବିଜୁଳି କନ୍ୟାଙ୍କୁ ମାରିବା ନୀତି ଅନୁଷ୍ଠିତ ହୋଇଛି ।

ଶ୍ରୀମନ୍ଦିର ପରିସରରେ ଥିବା ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାପାଇଁ ଆଜି ପୁରୀରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାରମ୍ପରୀକ ରୀତିମତେ ଶ୍ରୀମନ୍ଦିରରେ ଆଜିଠାରୁ ନନ୍ଦୋତ୍ସବ ଆରମ୍ଭ ହୋଇଛି । ଠାକୁରମାନଙ୍କର ସକାଳ ଧୂପନୀତି ଶେଷହେବା ପରେ ସୁଭଦ୍ରା ଓ ଲକ୍ଷ୍ମୀଙ୍କ ବାଡରେ ଷଠୀ ଏକାଦଶୀ ପୂଜା କରାଯିବା ସହ
ସାତପାହାଚଠାରେ ବିଜୁଳି କନ୍ୟାଙ୍କୁ ମାରିବା ନୀତି ଅନୁଷ୍ଠିତ ହୋଇଛି ।


ଏହି ଅବସରରେ ଆସନ୍ତା ୨ ତାରିଖରୁ ୫ ତାରିଖ ମଧ୍ୟରେ ଶ୍ରୀଜୀଉଙ୍କୁ ବନଭୋଜି ବେଶ, କାଳୀୟ ଦଳନ, ପ୍ରଳମ୍ବାସୁର ବଧ ଓ କୃଷ୍ଣ ବଳରାମ ବେଶରେ ସଜ୍ଜିତ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply