ସ୍ନାନ ବେଦୀର ଶାସ୍ତ୍ରୀୟ ବାଖ୍ୟା

0 1,098

ଦକ୍ଷିଣାଭିମୁଖେ  ଵିଷ୍ଣୌ ସ୍ନାନକାଳେ ନୃପୋତ୍ତମ।

ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ।।

ପଦେ ପଦେऽଶ୍ବମେଧାନାଂ  ଫଳଂ ତେଷାଂ ଭବେତ୍ ଧୃବମ୍।

ମନୋରଥସ୍ୟ  ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍   ।

ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ  ।।

 

              ➖  ( ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ । )

 

 

ସ୍ନାନମଣ୍ଡପରେ ଦକ୍ଷିଣାଭିମୁଖି ଶ୍ରୀଜଗନ୍ନାଥାଦିଙ୍କୁ ଯେଉଁମାନେ  ଦର୍ଶନ କରନ୍ତି  ବା ଆରତୀକୁ ଭକ୍ତି ସହକାରେ ଦର୍ଶନ କରନ୍ତି ସେମାନେ ଅଶ୍ୱମେଧ ଯଜ୍ଞର ଫଳଲାଭ କରନ୍ତି। ସେମାନଙ୍କର  ସକଳ ମନୋରଥ ପୂରଣ ହୋଇଥାଏ। ଅନ୍ତ କାଳରେ ସେମାନେ ବୈକୁଣ୍ଠ ପୁରକୁ ଗମନ କରନ୍ତି।

 

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଏହାହିଁ  ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ଵନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

Leave A Reply