ଦେଶରେ ନିର୍ମିତ ହୋଇଥିବା ଟ୍ୟାଙ୍କ ବିଧ୍ୱଂସକାରୀ,ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

0 508

ନୂଆଦିଲ୍ଲୀ .- ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ରର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ କ୍ଷମତା ସହିତ ବିଭିନ୍ନ ରେଂଜମାନଙ୍କ ପାଇଁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ଡିଆରଡିଓ, ଭାରତୀୟ ସେନା ଏବଂ ମିଶନ ସହିତ ଜଡିତ ଉଦ୍ୟୋଗମାନଙ୍କର ଏମପିଏଟିଜିଏମ ଅସ୍ତ୍ର ପ୍ରଣାଳୀର ଦ୍ୱିତୀୟ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply