ମୋଦୀ ଦୁଇଟି ଆସନରୁ ନିର୍ବାଚନ ଲଢି ପାରନ୍ତି !
ମୋଦୀ ଦୁଇଟି ଆସନରୁ ନିର୍ବାଚନ ଲଢି ପାରନ୍ତି !
ନୂଆଦିଲ୍ଲୀ – ଚଳିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି । ପୁଣି ତାଙ୍କୁ ପଶ୍ଚିମବଙ୍ଗରୁ ନିର୍ବାଚନ ଲଢିବା ପାଇଁ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ କୁହାଯାଇଛି ।
ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମୁକୁଳ ରାୟ ଏହି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗର କୌଣସି ଏକ ଆସନରୁ ନିର୍ବାଚନ ଲଢିବା ପାଇଁ ମୋଦୀଙ୍କୁ ପ୍ରସ୍ତାବ ଦିଆଯାଇଛି । ପଶ୍ଚିମବଙ୍ଗରେ ମେ ୧୯ ତାରିଖ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।ମୋଦୀ ପଶ୍ଚିମ ବଙ୍ଗର କୌଣସି ଏକ ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ମୁକୁଳ ରାୟ ସୂଚନା ଦେଇଛନ୍ତି ।