ଦୁଷ୍କର୍ମ ପରେ ୮ ବର୍ଷର ନାବାଳିକାକୁ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

0 949

ଭୁବନେଶ୍ୱର: ଦୁଇ ଦିନ ତଳେ ଚାରି ବର୍ଷର ଶିଶୁ କନ୍ୟାର ମୃତଦେହରୁ ଆଖି ତାଡ଼ିନେବା ଘଟଣା ମନରୁ ଲିଗି ନଥିବା ବେଳେ ଶନିବାର ରାତି ପୁଣି ଥରେ ଶିଳ୍ପର ସହର ଅନୁଗୋଳରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସହରର କେନ୍ଦ୍ରସ୍ଥଳରେ ଥିବା ବସଷ୍ଟାଣ୍ଡ ନିକଟ ମାଛ ବଜାର ଅଂଚଳରେ ଶୋଇଥିବା ୮ ବର୍ଷର ନାବାଳିକାକୁ ନେଇଯାଇ କିଛି ଦୁର୍ବୃତ୍ତ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ ପରେ ଦୁର୍ବୃତ୍ତ ମାନେ ନାବାଳିକାକୁ ଅଳିଆ ଗଦାରେ ଫିଙ୍ଗି ଦେଇଛନ୍ତି ।
ପୀଡ଼ିତା ନାବାଳିକାକୁ ରବିବାର ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସକୁ ଘଟଣା ସହିତ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ଠିକଣା ମିଳିପାରି ନାହିଁ ।
ସୂଚନାଯୋଗ୍ୟ ୨ ଦିନ ତଳେ ଜିଲ୍ଲାର ବଅଁରପାଳ ଅଂଚଳର ପ୍ରୀତି ଗୋଚ୍ଛାୟତ ନାମରେ ଜଣେ ୪ ବର୍ଷର ଝିଅର ମୃତଦେହରୁ ଆଖି ତାଡ଼ି ନିଆଯାଇଥିଲା । ଏହି ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି, ସେବାବଦରେ ପୁଲିସ ସେମାନଙ୍କୁ ଗିରଫ କରିପାରି ନାହିଁ ।

Leave A Reply