ଭୁବନେଶ୍ୱର – ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି । ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ବିଶେଷକରି ଟାଙ୍ଗୀ ରେଞ୍ଜ୍ର ମଙ୍ଗଳାଯୋଡ଼ି, ଚିଲିକା ଅଞ୍ଚଳରପ୍ରିଣ୍ଟେଲ୍, ସୋଭ୍ଲର ଏବଂ ଗଡ଼୍ୱାଲ୍ ଆଦି ଅଞ୍ଚଳକୁ ବିଦେଶାଗତ ପକ୍ଷୀମାନେଆସିବା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବର୍ଷ ନଭେମ୍ବର ମାସଠାରୁ ଫେବୃୟାରୀମାସ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ଚିଲିକାକୁ ନିଜର ବାସସ୍ଥାନ ରୂପେ
ବାଛି ନେଇଥାଆନ୍ତି । ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଚିଲିକାରେ ୧୦ ଲକ୍ଷ ୪୭ ହଜାର ୯୬୮ ବିଦେଶୀ ପକ୍ଷୀଙ୍କ ସମାଗମହୋଇଥିବାବେଳେ ପକ୍ଷୀ ଅଭୟାରଣ୍ୟ ନଳବଣକୁ ୩ ଲକ୍ଷ ୯୩ ହଜାର୫୪୧ଟି ପକ୍ଷୀ ଆସିଥିଲେ ।
ଚଳିତ ବର୍ଷ ଆଜି ସୁଦ୍ଧା ଚିଲିକାକୁ ପ୍ରାୟ ୧୦ହଜାର ବିଦେଶୀ ପକ୍ଷୀ ଆସିଛନ୍ତି । ଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁଚିଲିକା ଅନ୍ତର୍ଗତ ବାଲୁଗାଁ, ଚିଲିକା, ଟାଙ୍ଗୀ, ରମ୍ଭା ଏବଂ ସାତପଡ଼ା ରେଞ୍ଜ୍ରେ୧୫ଟି କ୍ୟାମ୍ପ୍ରେ ପକ୍ଷୀ ସୁରକ୍ଷା ନିମେନ୍ତ ୨୦ଟି ସ୍କ୍ୱାଡ଼ ଗଠନକରାଯାଇଥିବାବେଳେ ସ୍ୱତନ୍ତ୍ର ସ୍କ୍ୱାଡ଼ରେ ଏ.ପି.ଆର୍. ଫୋର୍ସ ମୁତୟନକରାଯାଇ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।