ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା । ଏଥିରେ ମୋଟ ୫ ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ପ୍ରତିଦିନ ୨ଟି ସିଟିଂରେ ପରୀକ୍ଷା ହେଉଛି । ତେବେ ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଏଥିପାଇଁ ୩ ହଜାର ୯୩ଟି ପରୀକ୍ଷା କେନ୍ଦ୍ର
କରାଯାଇଥିବାବେଳେ ୩୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରହିଛି ।
ପ୍ରତି ଶ୍ରେଣୀରେ ଅତି ବେଶିରେ ୨୪ ଜଣ ପିଲା ପରୀକ୍ଷା ଦେଉଛନ୍ତି । କପି ରୋକିବା ପାଇଁ ୭୨ଟି ସ୍କାର୍ଡ ଓ ୪୦ଟି ସେଣ୍ଟ୍ରାଲ୍ ସ୍କାର୍ଡ ଗଠନ କରାଯାଇଛି । ଏହି ନୂଆ ପଦ୍ଧତି ପିଲାମାନଙ୍କ କ୍ୟାରିଅରରେ ବେଶ୍ ସହାୟକ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଆ
ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନା ତଦାରଖ କରିଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବାକୁ ନିଷିଦ୍ଧ କରାଯାଇଛି । ସୁପରିଣ୍ଟେଣ୍ଡେଣ୍ଟ୍ମାନେ ମଧ୍ୟ ପରୀକ୍ଷା ହଲ୍କୁ ମୋବାଇଲ୍ ନ ନେବାପାଇଁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।