ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପର ହୋଇଛି । ଏଥର ମାଟ୍ରିକ ପରୀକ୍ଷାରେ ୫୦ମାର୍କର ଅବଜେକଟିଭ ପ୍ରଶ୍ନଗୁଡିକ ସକାଶେ ପରୀକ୍ଷାର୍ଥୀଙ୍କ ଓଏମଆର ସିଟ୍ ପ୍ରଦାନ କରାଯିବ ବୋଲି ବୋର୍ଡପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି ।
ଫଳରେ ପରୀକ୍ଷାଥୀ ପୁରୁଣା ଢାଞ୍ଚାରେ ଏକ ଅବଜେକଟିଭ ପ୍ରଶ୍ନର ଚାରୋଟି ବିକଳ୍ପ ମଧ୍ୟରୁ ଗୋଟିକର ପାଶ୍ୱର୍ରେ ଥିବା ଗୋଲକୁ ନୀଳ କିମ୍ବା କଳା ରଙ୍ଗର କଲମରେ ଚିହ୍ନିତ କରିବେ । ଏଥିସହିତ ସବ୍ଜେକଟିଭ ପ୍ରଶ୍ନ ୫୦ମାର୍କ ବଦଳରେ ୩୦ମାର୍କ କରାଯିବାକୁ ସ୍ଥିର ହୋଇଛି । ପରୀକ୍ଷାର୍ଥୀଙ୍କୁ ବୋର୍ଡ ପକ୍ଷରୁ ପ୍ରତି ବିଷୟରେ ନମୁନା ପ୍ରଶ୍ନପତ୍ର ସମେତ ପ୍ରଶ୍ନୋତ୍ତର ବ୍ୟାଙ୍କ ପୁସ୍ତିକା ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ତେବେ ଏ ନେଇ ବିଧିବଦ୍ଧ ସୂଚନା ବୋର୍ଡ ପକ୍ଷରୁ ଦିଆଯାଇନାହିଁ ।