ୟୁଏନ୍‌ଏକାଡେମି ସହିତ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ

0 4,551

ଭୁବନେଶ୍ୱର:ଭାରତର ସର୍ବବୃହତ୍‌ ଶିକ୍ଷା ପ୍ଲାଟ୍‌ଫର୍ମ ୟୁଏନ୍‌ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି ଯେଏହା କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ କରିଛି । ଏହି ବୁଝାମଣାର ଅଂଶ ସ୍ୱରୂପ ୟୁଏନ୍‌ଏକାଡେମିରୁ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସଚିନ ବିଭିନ୍ନ ଲାଇଭ୍‌ ଇଂଟର୍‌ଆକ୍ଟିଭ୍‌ କ୍ଲାସ୍‌ ଜରିଆରେ କୋଚିଂ ଓ ମେଂଟରିଂ ପ୍ରଦାନ କରିବେ ଯାହାକୁ ୟୁଏନ୍‌ଏକାଡେମି ପ୍ଲାଟ୍‌ଫର୍ମରେ ସମସ୍ତେ ନିଶୁଳ୍କ ପାଇପାରିବେ । ୟୁଏନ୍‌ଏକାଡେମିର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ଭାବେ ସଚିନ କାର୍ଯ୍ୟ କରିବେ ।

ଏ ସମ୍ପର୍କରେ ୟୁଏନ୍‌ଏକାଡେମି ଗ୍ରୁପ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ଗୌରବ ମୁଞ୍ଜାଲ୍‌ କହିଛନ୍ତି ଯେ, “ୟୁଏନ୍‌ଏକାଡେମିରେ ଆମେ ସମସ୍ତଙ୍କ ନିକଟରେ ଶିକ୍ଷାକୁ ପହଂଚାଇବା ଏବଂ ପାରମ୍ପରିକ ଧାରାରୁ ବାହାରକୁ ଯାଇ ଏକ ସାମଗ୍ରିକ ଶିକ୍ଷାଦାନ ସମାଧାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛୁ । ସଚିନଙ୍କ ଜୀବନ ଓ ଯାତ୍ରା ହେଉଛି ଅନେକ ପ୍ରକାର ପ୍ରତିବନ୍ଧକ ସତ୍ୱେ ସଂକଳ୍ପ ଏବଂ ସହନଶୀଳତାର ବାର୍ତାବହ । ଏହି ସହଯୋଗିତା ଜରିଆରେ ଆମେ ସଚିନଙ୍କ ଜୀବନ କାହାଣୀକୁ ଆମ ଛାତ୍ରଛାତ୍ରୀଙ୍କ ସହ ବାଂଟି ଓ ସେମାନଙ୍କୁ କୋଚିଂ ଦେଇ ଏକ ଅତୁଳନୀୟ ଶିକ୍ଷଣ ଅଭିଜ୍ଞତା ସୃଷ୍ଟି କରିବୁ । ଆମେ ଏକ ଗଭୀର କଂଟେଂଟ୍‌ ଭିତିକ ସହଯୋଗିତା ବିକଶିତ କରିବା ଉପରେ କାର୍ଯ୍ୟ କରୁଛୁ ଯାହା ଆଗାମୀ ମାସରେ ଜଣାପଡ଼ିବ ।’’

ଏହି ଅବସରରେ ଦେଶର ପୂର୍ବତନ ତଥା କିମ୍ବଦନ୍ତୀ କ୍ରିକେଟ୍‌ ଖେଳାଳୀ ସଚିନ ତେନ୍ଦୁଲକର କହିଛନ୍ତି ଯେ, “ମୋର ସର୍ବଦା ବିଶ୍ୱାସ ରହିଛି ଯେ ଲୋକମାନଙ୍କୁ ଏକଜୁଟ କରିବା ଏବଂ ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅମୂଲ୍ୟ ଶିକ୍ଷା ପ୍ରଦାନ କରିବାର ଶକ୍ତି କ୍ରୀଡ଼ା ପାଖରେ ରହିଛି । ମୁଁ ସବୁ ବେଳେ ମୋ ଜୀବନ କାହାଣୀକୁ ଯୁବକ ଓ ଯୁବତୀଙ୍କ ମଧ୍ୟରେ ବାଂଟିବା ଏବଂ ସେମାନଙ୍କୁ ଶ୍ରେଷ୍ଠ ହେବା ଲାଗି ଅନୁପ୍ରାଣିତ କରିବାକୁ ପ୍ରୟାସ କରିଥାଏ । ସାରା ଦେଶର ବିଭିନ୍ନ ଅଂଚଳରେ ଶିକ୍ଷାକୁ ପହଂଚାଇ ଭୌଗୋଳିକ ପ୍ରତିବନ୍ଧକକୁ ୟୁଏନ୍‌ଏକାଡେମି ସର୍ବଦା ଦୂର କରୁଛି । ଯେତେବେଳେ ମୋ ଲକ୍ଷ୍ୟ ୟୁଏନ୍‌ଏକାଡେମିର ଲକ୍ଷ୍ୟ ସହ ଯୋଡ଼ି ହେଲା ଆମେ ଏକ ସ୍ୱତନ୍ତ୍ର ଶିକ୍ଷଣୀୟ ଅନୁଭୂତି ଦେବା ପାଇଁ ପରସ୍ପର ସହ ଯୋଡ଼ି ହୋଇଛୁ ।’’

ଏହି ସହଯୋଗିତାର ଅଂଶ ସ୍ୱରୂପ ୟୁଏନ୍‌ଏକାଡେମି ପକ୍ଷରୁ ଗଭୀର କଂଟେଂଟ୍‌ ତିଆରି କରାଯିବ । କ୍ରୀଡ଼ା ଶିକ୍ଷା ବର୍ଗରେ ଏହାକୁ ପ୍ରସ୍ତୁତ କରାଯିବ ଏବଂ ସେଗୁଡ଼ିକୁ ଆସନ୍ତା ମାସରେ ଉନ୍ମୋଚନ କରିବାକୁ ଯୋଜନା ରହିଛି ।

Leave A Reply